ଓଡ଼ିଶା ବନ୍ଦ: ହଇରାଣ-ହନ୍ତସନ୍ତ ସାଧାରଣ ଲୋକେ, ବେପାରରେ ବାଧା
ଲେଶ୍ୱରର ଫକୀର ମୋହନ କଲେଜ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି କଂଗ୍ରେସ ଏବଂ ଅନ୍ୟ ସାତଟି ବିରୋଧୀ ଦଳ ଦ୍ୱାରା ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଗୁରୁବାର ରାଜ୍ୟର ପ୍ରମୁଖ ସହରାଞ୍ଚଳଗୁଡ଼ିକରେ ଜୀବନଯାତ୍ରାକୁ ଠପ୍ କରିଦେଇଛି ।
ବନ୍ଦକୁ ନେଇ ବିରୋଧୀ ଦଳ ସଫଳ ବୋଲି କହୁଛନ୍ତି। କିନ୍ତୁ ବନ୍ଦ ଯୋଗୁ ସାଧାରଣ ଲୋକେ ଭିନ୍ନ କଥା କହିଛନ୍ତି। ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଯାତ୍ରୀ ଏନେଇ ହନ୍ତସନ୍ତ ହେବା ସହିତ ବନ୍ଦ ଦ୍ବାରା କ'ଣ ନ୍ୟାୟ ମିଳିବ ବୋଲି ପ୍ରଶ୍ନ କରିଛନ୍ତି।
କଂଗ୍ରେସ ନେତାମାନେ ବନ୍ଦ ଶାନ୍ତିପୂର୍ଣ୍ଣ ରହିବ ବୋଲି କହିଥିଲେ ମଧ୍ୟ, ପ୍ରଶାସନ ସମସ୍ତ ଦଳକୁ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଏବଂ ଜନସାଧାରଣଙ୍କୁ ଅସୁବିଧାରେ ପକାଇବାରୁ ଦୂରେଇ ରହିବାକୁ ଅନୁରୋଧ କରିଛି।

କଂଗ୍ରେସ ସମେତ ଅନ୍ୟ ବାମପନ୍ଥୀ ଦଳର ଆଜି ଓଡିଶା ବନ୍ଦ ଡାକରା ପାଇଁ ହଇରାଣ ହେଉଛନ୍ତି ଲୋକେ । ବ୍ୟାଙ୍କ, ଦୋକାନ ବଜାର, ରାସ୍ତା ସବୁ ବନ୍ଦ ଥିବାରୁ ସାଧାରଣ ଲୋକଙ୍କୁ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡୁଛି । ଓଡ଼ିଶା ବନ୍ଦ ହୁଏତ କିଛି ରାଜନୈତିକ ଦଳ ପାଇଁ ଫାଇଦା ଦେଇପାରେ ହେଲେ ଥରେ ଭାବିଲେ ଯେତେବେଳେ ଗାଡ଼ି ବନ୍ଦ ହୋଇଯାଏ, ରାସ୍ତା ବନ୍ଦ ହୋଇଯାଏ, ଦୋକାନ ବଜାର ବନ୍ଦ ହୋଇଯାଏ.. ସେତେବେଳେ ସାଧାରଣ ଜୀବନର ଅବସ୍ଥା କେମିତି ହୁଏ । ଜନଜୀବନ କେତେ ପ୍ରଭାବିତ ହୁଏ । କେତେ ହନ୍ତସନ୍ତ ହୁଅନ୍ତି ଲୋକେ, କେମିତି ଅଟକିଯାଏ ଜୀବନ.. କେତେ ସମସ୍ୟା ଭୋଗନ୍ତି ଲୋକେ ।
ସାରା ରାଜ୍ୟରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଥିବା ବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ବନ୍ଦ ପାଳନ କରାଯାଉଛି। ତେବେ ବନ୍ଦ ପାଳନ ବେଳେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ବ୍ଲକ କଂଗ୍ରେସ ପକ୍ଷରୁ ଦାରିଙ୍ଗବାଡ଼ି ଚାରି ଛକରେ ଦଉଡ଼ି ବାନ୍ଧି ରାସ୍ତା ଉପରେ ବାଇକ ରଖି ରାସ୍ତା ଅବରୋଧ କରାଯାଇଥିବା ବେଳେ ଦଳ ପକ୍ଷରୁ ଏକ ବ୍ୟାନର ଲଗାଯାଇ ବନ୍ଦ ପାଳନ କରାଯାଉଛି। ତେବେ ବ୍ୟାନରରେ ଜି. ଉଦୟଗିରି ବିଧାୟକ ପ୍ରଫୁଲ ପ୍ରଧାନଙ୍କ ଫଟୋକୁ କାଟି ବାହାର କରି ଦିଆଯାଇଛି।
ଏ ସମ୍ପର୍କରେ କଂଗ୍ରେସ କମିଟି ର ଦାରିଙ୍ଗବାଡ଼ି ବ୍ଲକ ସଭାପତି ସନ୍ତୋଷ ପ୍ରଧାନ, ବରିଷ୍ଠ କର୍ମୀ ସୁରେନ୍ଦ୍ର କୁମାର ସାହୁ, ସମ୍ପାଦକ ଶରତ ପ୍ରଧାନ, ତିଆଡ଼ି ନାୟକ, ପିଟର ଦିଗାଲଙ୍କ ସମେତ ବହୁ କଂଗ୍ରେସ କର୍ମୀ ବିଧାୟକଙ୍କ ଦାରିଙ୍ଗବାଡ଼ି କର୍ମୀଙ୍କୁ ଅବହେଳା କରୁଥିବା ଓ ଦଳକୁ ୨ ଫାଳ କରୁଥିବା ସହ ଦାରିଙ୍ଗବାଡ଼ି ପ୍ରତି ଉନ୍ନୟନ କାର୍ଯ୍ୟର ମଧ୍ୟ ବିଧାୟକ ଗୁରୁତ୍ୱ ଦେଉ ନ ଥିବା ବ୍ଲକ କଂଗ୍ରେସ କମିଟି ଅଭିଯୋଗ କରିବା ସହ ଦଳର ବରିଷ୍ଠ ତଥା ରାଜ୍ୟ ସଭାପତି ଭକ୍ତ ଚରଣ ଦାସ, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ରାଷ୍ଟ୍ରୀୟ ଅଧ୍ୟକ୍ଷ, କଂଗ୍ରେସ ନେତା ଅମିର ଚାନ୍ଦ ନାୟକ, ବ୍ଲକ ସଭାପତି ସନ୍ତୋଷ ପ୍ରଧାନଙ୍କ ସମେତ ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନଙ୍କ ଫଟୋ ରହିଥିବା ବ୍ୟାନରରୁ କାଟି ବାହାର କରି ପ୍ରତିବାଦ କରାଯାଇଥିଲା। ବିଧାୟକଙ୍କ ଏଭଳି ଦାରିଙ୍ଗବାଡ଼ି ପ୍ରତି ଅବହେଳାକୁ ବ୍ଲକ କମିଟି ବରଦାସ୍ତ କରିବ ନାହିଁ ବୋଲି ବ୍ଲକ କମିଟି ଅଭିଯୋଗ କରିବା ସହ ଆମେ ପ୍ରଦେଶ କଂଗ୍ରେସ କମିଟିକୁ ଅଞ୍ଚଳବାସୀ ଭୋଟ୍ ଦେଇଥିଲୁ ଆମେ କଂଗ୍ରେସ ସହ ରହିଛୁ ବୋଲି କହିଥିଲେ।












Click it and Unblock the Notifications