ଓଡ଼ିଶା ବନ୍ଦ ପ୍ରଭାବ: RRB ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ପରୀକ୍ଷାର୍ଥୀ
କଟକ ନିକଟସ୍ଥ ଏକ କେନ୍ଦ୍ରରେ ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ପରୀକ୍ଷା ଦେବାକୁ ଓଡିଶା ବାହାରେ ଆସିଥିବା ଶତାଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ।
ଯାଜପୁର: କଟକ ନିକଟସ୍ଥ ଏକ କେନ୍ଦ୍ରରେ ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ପରୀକ୍ଷା ଦେବାକୁ ଓଡିଶା ବାହାରେ ଆସିଥିବା ଶତାଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । କାରଣ ଆଜି କଂଗ୍ରେସର ଓଡିଶା ବନ୍ଦ ଡାକରା ପାଇଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଫଳରେ ସେମାନେ ନିଜ ପରୀକ୍ଷା ସେଣ୍ଟରୁ ପହଞ୍ଚି ପାରି ନଥିଲେ ।

କଟକ ଜିଲ୍ଲାର ଫୁଲନାଖରାରେ ଆରଆରବି ପରୀକ୍ଷାରେ ଯୋଗଦେବାକୁ ଥିବା ବିହାର ଏବଂ ପଶ୍ଚିମବଙ୍ଗର ପ୍ରାର୍ଥୀମାନେ ସକାଳେ ବସ୍ ଯୋଗେ ଜରାକାଠାରେ ପହଞ୍ଚିବାରେ କୌଣସି ମତେ ସଫଳ ହୋଇଥିଲେ। ତେବେ ରାସ୍ତା ଅବରୋଧ ହେତୁ ବସ୍ ଗୁଡିକ ଏନ୍ଏଚ୍ ଉପରେ ଛିଡା ହୋଇ ଥିବାରୁ ସେମାନେ ଆଗକୁ ଆଉ ଯାଇ ପାରି ନଥିଲେ ।
ଓଡ଼ିଶାରେ କଂଗ୍ରେସ ଦଳ ଦେଇଥିବା ବନ୍ଦ ଡାକରା ବିଷୟରେ ସେମାନେ ଜାଣି ନ ଥିବାରୁ ଏପରି ଅସୁବିଧା ଭୋଗିଥିବା ସେମାନେ କହିଛନ୍ତି। " ଆମେ ବନ୍ଦ ବିଷୟରେ ଜାଣି ନ ଥିଲୁ। ଏକାଧିକ ଯାନ ବଦଳାଇ ବହୁ କଷ୍ଟ ସହ ଆମେ ଯାଜପୁର ଜିଲ୍ଲାରେ ପହଞ୍ଚି ଥିଲୁ । ମାତ୍ର ଆଗାକୁ ଯାଇ ନ ପାରିବାରୁ ଆମେ ପରୀକ୍ଷା ମିସ କଲୁ । ବୋଲି ଜଣେ ପରୀକ୍ଷାର୍ଥୀ କହିଛନ୍ତି।












Click it and Unblock the Notifications