ଓଡିଶା ବନ୍ଦ ପରିପ୍ରେକ୍ଷୀରେ କଗ୍ରେସର ଅଭିନବ ପ୍ରତିବାଦ: କେଉଁଠି ମୁଣ୍ଡନ ହେଲେ, କେଉଁଠି ଚକୋଲେଟ ବଣ୍ଟନ କଲେ

ଭୁବନେଶ୍ଵର: ଆଜି କଂଗ୍ରେସ ପକ୍ଷରୁ ଦିଆଯାଇଥିଲା ୬ ଘଣ୍ଟିଆ ଓଡିଶା ବନ୍ଦ ଡକରା। ତେବେ ବନ୍ଦ ପାଳନ କରିବା ବେଆଇନ ବୋଲି ହାଇକୋର୍ଟଙ୍କ ନିର୍ଦେଶ ପରେ ଏହାକୁ ଶାନ୍ତିପୂର୍ଣ ଭାବରେ ପାଳନ କରିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କଂଗ୍ରେସ ୬ ଘଣିଆ ହରତାଳ ଆହ୍ଵାନ କରିଥିଲା । ବନ୍ଦ ପାଳନ ଅବସରରେ ଦଳ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଥିଲା । ଭୁବନେଶ୍ବର ମାଷ୍ଟର କେଣ୍ଟିନ ଛକରେ ଦଳୀୟ କର୍ମୀମାନେ ଲୋକଙ୍କୁ ଚକୋଲେଟ ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା।

congress

ନବରଙ୍ଗପୁର ଜିଲ୍ଲାରେ ଅଭିନୟ ଢଙ୍ଗରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମୀ । ଚନ୍ଦାହାଣ୍ଡି ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ କର୍ମୀମାନେ ସାମୁହିକ ଭାବେ ମୁଣ୍ଡନ ହୋଇଥିଲେ । ମମିତାଙ୍କ ଆତ୍ମାର ସଦଗତି କାମନା ସହ ତାଙ୍କୁ ନ୍ୟାୟ ଦାବି କରିଛନ୍ତି । ଏହି ସାମୁହିକ ମୁଣ୍ଡନ୍ କାର୍ଯ୍ୟକ୍ରମରେ ନିଜେ ପିସିସି ସମ୍ପାଦକ କ୍ଷେମରାଜ ବାଘଙ୍କ ସମେତ ବହୁ କର୍ମୀ ମୁଣ୍ଡନ ହୋଇଥିଲେ । ଏଥିସହ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସେହିପରି ବିଭିନ୍ନ ଜିଲ୍ଲାରେ କର୍ମୀମାନେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ ।

congress distribute chocolate

ବ୍ରହ୍ମପୁର, କଟକ, ରାଉରକେଲା, ସମ୍ବଲପୁର, ଜୟପୁର, ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲାରେ ଦଳୀୟ କର୍ମୀମାନେ ଶାନ୍ତିପୂର୍ଣ ହରତାଳ କରିଥିବା ସୂଚନା ମିଳିଥିବା ବେଳେ ଏବେ ଯାଏଁ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ହୋଇଥିବା ସୂଚନା ମିଳିନାହିଁ।

ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା:

ସୁରକ୍ଷା ଦୃଷ୍ଟିରୁ ରାଜଧାନୀରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯାଇଥିଲା। କଂଗ୍ରେସ ବିଧାୟକ ସୁର ରାଉତରାୟ ,ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଓ ମହିଳା ଛାତ୍ର ଓ ଯୁବ କଂଗ୍ରେସର କର୍ମକର୍ତ୍ତା ମାନେ ମାଷ୍ଟର କ୍ୟାଣ୍ଟିନ ଛକରେ ଏକାଠି ହୋଇ ହରତାଳ କରିଛନ୍ତି ।

Odisha bandh

ଭୁବନେଶ୍ବରର ଏଜି-ଛକ, ମାଷ୍ଟର କ୍ୟାଣ୍ଟିନ, ଜୟଦେବ ବିହାର, ରସୁଲଗଡ, କଲ୍ପନା ଛକ, ବାଣୀବିହାର, ଆଚାର୍ଯ୍ୟ ବିହାର, ରାଜମହଲ, ବିମାନ ବନ୍ଦର, ବରମୁଣ୍ଡା ଏବଂ ଖଣ୍ଡଗିରି ଆଦି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ପୋଲିସ ନିୟୋଜିତ ଅଛନ୍ତି। ହରତାଳ ବେଳେ କଂଗ୍ରେସ ନେତା ଓ କର୍ମୀ ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରିବା ସହ ଜନଜୀବନକୁ ପ୍ରଭାବିତ ହେବା ଭଳି କୌଣସି କାର୍ଯ୍ୟ କରି ନାହାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+