ଓଡ଼ିଶା ବନ୍ଦ; ହେଲ୍‌ପ ଲାଇନ ନଂ ଜାରି କଲା କମିଶନରେଟ୍ ପୋଲିସ

ଓଡ଼ିଶା ବନ୍ଦ। ହେଲ୍‌ପ ଲାଇନ ନଂ ଜାରି କଲା କମିଶନରେଟ୍ ପୋଲିସ। ଯୋଗାଯୋଗ ପାଇଁ ହେଲ୍‌ପ ଲାଇନ ନଂ- ୦୬୭୪ ୨୫୪୩୫୪୧ । କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଯୋଗାଯୋଗ କରିବାରୁ ପରାମର୍ଶ । ହେଲ୍‌ପ ଲାଇନ ନମ୍ବରରେ ଯୋଗାଯୋଗ କରି ସହାୟତା ନେଇପାରିବେ।

କଂଗ୍ରେସ ସମେତ ଅନ୍ୟ ବାମପନ୍ଥୀ ଦଳର ଆଜି ଓଡିଶା ବନ୍ଦ ଡାକରା ପାଇଁ ହଇରାଣ ହେଉଛନ୍ତି ଲୋକେ । ବ୍ୟାଙ୍କ, ଦୋକାନ ବଜାର, ରାସ୍ତା ସବୁ ବନ୍ଦ ଥିବାରୁ ସାଧାରଣ ଲୋକଙ୍କୁ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡୁଛି । ଓଡ଼ିଶା ବନ୍ଦ ହୁଏତ କିଛି ରାଜନୈତିକ ଦଳ ପାଇଁ ଫାଇଦା ଦେଇପାରେ ହେଲେ ଥରେ ଭାବିଲେ ଯେତେବେଳେ ଗାଡ଼ି ବନ୍ଦ ହୋଇଯାଏ, ରାସ୍ତା ବନ୍ଦ ହୋଇଯାଏ, ଦୋକାନ ବଜାର ବନ୍ଦ ହୋଇଯାଏ.. ସେତେବେଳେ ସାଧାରଣ ଜୀବନର ଅବସ୍ଥା କେମିତି ହୁଏ । ଜନଜୀବନ କେତେ ପ୍ରଭାବିତ ହୁଏ । କେତେ ହନ୍ତସନ୍ତ ହୁଅନ୍ତି ଲୋକେ, କେମିତି ଅଟକିଯାଏ ଜୀବନ.. କେତେ ସମସ୍ୟା ଭୋଗନ୍ତି ଲୋକେ ।

ପ୍ରାୟ ଅନେକ ଦିନ ପରେ ପୁଣି ଥରେ ସାରା ଓଡିଶାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ହୁଏତ ବିଗତ ବର୍ଷ କିମ୍ବା ବିଗତ ଦିନମାନଙ୍କରେ ବିରୋଧୀମାନେ ନିଜ ଭୂମିକାକୁ ପ୍ରଭାବୀ ଢଙ୍ଗରେ ପରିଚାଳିତ କରିପାରିନଥିବେ କିମ୍ବା କଂଗ୍ରେସ ବର୍ତ୍ତମାନ ପରି ପୂର୍ବରୁ ଏଭଳି ବନ୍ଦ ପାଇଁ ବଳ ଗୋଟାଇ ପାରିନଥିବ । ତାର କାରଣ ତର୍ଜମା କଲେ ଅନେକ ଦିଗ ଆସିବ । ନେତୃତ୍ବ ଠାରୁ ଆରମ୍ଭ କରି କଂଗ୍ରେସ ଭିତରେ ଫାଟ ହିଁ ଦଳର ବଳକୁ କମାଇବାର ଅନେକ ଥର ଦେଖିବାକୁ ମିଳିଛି । ମାତ୍ର ଏବେ କଂଗ୍ରେସ ପୂର୍ବପରି ଓଡିଶାରେ ନାହିଁ । ହାତ ଏବେ ଶକ୍ତିଶାଳୀ ହେଉଛି, ସରକାରଙ୍କୁ ଘେରିବାକୁ କଂଗ୍ରେସ ଆକ୍ରମଣାତ୍ମକ ମୁଦ୍ରାରେ ସଦା ପ୍ରସ୍ତୁତ ରହୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+