ଅକ୍ଟୋବର ୩ରେ ଓଡ଼ିଶା ବନ୍ଦ ଡାକରା: ଜାଣନ୍ତୁ କାହିଁକି ?

ଅକ୍ଟୋବର ୩ରେ ଓଡ଼ିଶା ବନ୍ଦ ଡାକରା । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦୁଆର ଖୋଲାଯିବା ପ୍ରସଙ୍ଗରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଚାରି ଦୁଆର ଖୋଲିବା ନେଇ ଦାବି କରି ଏହି ଡାକରା ଦିଆଯାଇଛି । ଚାରି ଦୁଆର ଖୋଲା ନ ହେବା ହେତୁ ଦର୍ଶନ ସଠିକ୍ ଭାବରେ ହୋଇପାରୁ ନାହିଁ । ଏହା ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ସହ ଖେଳ ।

ଭିତର ରତ୍ନଭଣ୍ଡାରର ସ୍ଥିତି ଅତ୍ୟନ୍ତ ଖରାପ ରହିଛି । ହେଲେ ତାହା ମରାମତି ହେଉନାହିଁ । ଶ୍ରୀମନ୍ଦିର ପ୍ରଶାସନ ଏବଂ ଏଏସଆଇ ଏ ନେଇ ରିପୋର୍ଟ ଦେଇଛି । ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ କହି ସରକାର ଭକ୍ତଙ୍କୁ ଭୂଆଁ ବୁଲାଉଥିବା ପ୍ରେସ୍ ବିଜ୍ଞପ୍ତିରେ ଶ୍ରୀଜଗନ୍ନାଥ ସେନା ତରଫରୁ କୁହାଯାଇଛି ।

odisha_banda

ତାହା ସହ ସିଂହ ଦ୍ୱାର ସାମ୍ନାରେ ବାରିକେଡ ଥିବାରୁ ଦର୍ଶନ କରିବା ନେଇ ଅସୁବିଧା ବି ହେଉଛି । ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଚି । ଏହା ସହ ବୃଦ୍ଧ, ଓ ଶାରୀରିକ ଅକ୍ଷମ ମାନେ ବି ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ।

ତେଣୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ଦାବି କରି ଆସନ୍ତା ମାସ ଅକ୍ଟୋବର ୩ ତାରିଖରେ ଓଡିଶା ବନ୍ଦ ଡାକରା ଦେଇଛି ଶ୍ରୀଜଗନ୍ନାଥ ସେନା । କାଳିଆ ଠାକୁର ଓ ତାଙ୍କ ଭକ୍ତଙ୍କ ପାଇଁ ଗୋଟିଏ ଦିନ ଅଖଚକ ବନ୍ଦ କରାଯିବ ବୋଲି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି । ଏ ନେଇ ଏକ ବିଜ୍ଞପ୍ତି ଜାରି ହୋଇଛି । ଏହା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ବୋଲି କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+