ସ୍ୱାଭାବିକ ହେଲା ବାହାନଗା ବଜାର ରେଳ ଷ୍ଟେସନ
ବାଲେଶ୍ୱର: ସ୍ୱାଭାବିକ ହେଲା ବାହାନଗା ବଜାର ରେଳ ଷ୍ଟେସନ । ସିଗନାଲିଂ ସିଷ୍ଟମ ସ୍ୱାଭାବିକ ସହ ଷ୍ଟେସନରେ ରହିଲା ଟ୍ରେନ୍ । ଷ୍ଟେସନ ସ୍ୱାଭାବିକ ନେଇ ଦ.ପୂ ରେଳପଥ ସିପିଆର୍ଓଙ୍କ ସୂଚନା ଦେଇଛନ୍ତି ।

ଗତ ଜୁନ୍ ୨ ତାରିଖରେ ସେଠାରେ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଜୁନ୍ ୧୦ ତାରିଖରେ ଘୋଷଣା କରାଯାଇଥିଲା ଯେ ଏବେ ବାହାନଗା ବଜାର ରେଳ ଷ୍ଟେସନରେ କୌଣସି ଟ୍ରେନ ରହିବ ନାହିଁ। ଷ୍ଟେସନର ରିଲେ ରୁମ୍, ପ୍ୟାନେଲ ଓ ଅନ୍ୟାନ୍ୟ ଯନ୍ତ୍ରପାତି ତଦନ୍ତ ପରିସର ଭୁକ୍ତ ଥିବାରୁ ସିବିଆଇ ଏହାକୁ ସିଲ୍ କରି ଦେଇଥିଲା । ତେଣୁ ସେଠାରେ ଟ୍ରେନ ରହିବ ନାହିଁ ବୋଲି ରେଳବାଇ ପକ୍ଷରୁ କୁହାଯାଇଥିଲା ।
ସୂଚନାଥାଉ କି, ବାହାନଗା ଟ୍ରେନ ଦୁର୍ଘଟଣାରେ ୨୯୨ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ୨୮୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା । ଏହି ଘଟଣାର ତଦନ୍ତ ସିବିଆଇ କରୁଛି। ସିବିଆଇ ସୋର ସେକ୍ସନ ସିଗ୍ନାଲ ଜେଇ ଓ ବାହାନଗା ବଜାର ଷ୍ଟେସନର ଷ୍ଟେସନ ମାଷ୍ଟରଙ୍କୁ ପଚରାଉଚରା କରିଛି । କିନ୍ତୁ ଏଯାବତ ସିବିଆଇ ଏହି ଘଟଣାରେ କାହାକୁ ଗିରଫ କରିନାହିଁ ।












Click it and Unblock the Notifications