ଓଡ଼ିଶାକୁ ମିଳିଲା ଜଳଶକ୍ତି ପୁରସ୍କାର

Odisha Bags Best Water Award: ପୁଣି ସାରା ଦେଶରେ ଓଡ଼ିଶା ସଫଳତା ହାସଲ କରିଛି। ପଞ୍ଚମ ଜାତୀୟ ଜଳ ଶକ୍ତି ପୁରସ୍କାରରେ ଶ୍ରେଷ୍ଠ ରାଜ୍ୟ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଛି ଓଡ଼ିଶା। ଏହା ସାରା ରାଜ୍ୟବାସୀଙ୍କ ପାଇଁ ନିଶ୍ଚିତ ଏକ ଗୌରବ ମୁହୂର୍ତ୍ତ । ସେହିପରି ଉତ୍ତରପ୍ରଦେଶ ଦ୍ବିତୀୟ ଏବଂ ଗୁଜରାଟ ଓ ପୁଡୁଚେରୀ ଉଭୟ ତୃତୀୟ ସ୍ଥାନ ଅଧିକାର କରିଛି ।

Best Water Award

ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ପ୍ରଶଂସାପତ୍ର ଓ ଟ୍ରଫି ସହ ନିର୍ଦ୍ଦିଷ୍ଟ ବର୍ଗରେ ନଗଦ ପୁରସ୍କାର ପ୍ରଦାନ କରାଯିବ। ଜଳଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଜଳ ସମ୍ପଦ, ନଦୀ ଉନ୍ନୟନ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ଜିଲ୍ଲା, ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ, ଶ୍ରେଷ୍ଠ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ଶ୍ରେଷ୍ଠ ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟ ଭଳି ୯ଟି ବର୍ଗର ପଞ୍ଚମ ଜାତୀୟ ଜଳ ପୁରସ୍କାର ପାଇଁ ଯୁଗ୍ମ ବିଜେତାଙ୍କ ସମେତ ୩୮ ଜଣ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ତେବେ ଅକ୍ଟୋବର ୨୨ ତାରିଖରେ ପୁରସ୍କାର ପ୍ରଦାନ କରାଯିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+