ଅଚଳ ବିଧାନସଭା; ଚାଲିପାରୁନି ଗୃହ, ବିଧାନସଭାରେ ଭାରି ହଙ୍ଗାମା, ଶାସକ-ବିରୋଧୀ ହାତାହାତି
ଅଚଳ ବିଧାନସଭା । ଚାଲିପାରୁନି ଗୃହ । ବିଧାନସଭାରେ ଭାରି ହଙ୍ଗାମା। ଶାସକ-ବିରୋଧୀ ହାତାହାତି । ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ତାରା ବାହିନୀପତି ହାତାହାତି । ଗୃହକୁ ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା ବାଚସ୍ପତି । ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭ ସହିତ, ଆରମ୍ଭ ହୋଇଯାଇଛି ବିରୋଧୀଙ୍କ ନାରାବାଜି । ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା ।
ବିଧାନସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାୟକମାନେ ଗୃହ ବାହାରେ ଧାରଣା ଦେଇଥିଲେ । ଏହାପରେ ଗୃହ ମଧ୍ୟଭାଗକୁ ଆସି ନାରୀ ନିର୍ଯାତନା ପ୍ରସଙ୍ଗରେ ହଙ୍ଗାମା କରିଥିଲେ । ଏପଟେ ବିଜେଡି ସଦସ୍ୟମାନେ ମଧ୍ୟ ଗୃହର ମଧ୍ୟଭାଗକୁ ଆସି ଜୟନାରାୟଣ ପ୍ରସଙ୍ଗ ଉଠାଇ ପ୍ରତିବାଦ କରିଥିଲେ । ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଯିବାକୁ ଉଦ୍ୟମ କରିଥିଲେ ।

ନାରୀ ନିର୍ଯାତନା ପ୍ରସଙ୍ଗରେ ହଙ୍ଗାମା କରିଥିଲେ କଂଗ୍ରେସ ସଦସ୍ୟ । ଏପିରିକି ରିପୋର୍ଟରଙ୍କ ଟେବୁଲ ଉପରେ ଚଢି ବିରୋଧୀ ଦଳଙ୍କ ପ୍ରତିବାଦ ଦେଖିବାକୁ ମିଳିଥିଲା । ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ଚାଲିଥିଲା ପ୍ରଶ୍ନକାଳ । ବାଚସ୍ପତି ସୁରମା ପାଢୀ ଗୃହକୁ ପରିଚାଳନା କରୁଥିଲେ । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉତ୍ତର ରଖୁଥିବାବେଳେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତିଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଫଳରେ ବାଚସ୍ପତି ଗୃହକାର୍ଯ୍ୟ ମୁତଲବୀ ଘୋଷଣା କରିଥିଲେ ।
ବିଧାନସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାୟକମାନେ ଗୃହ ବାହାରେ ଧାରଣା ଦେଇଥିଲେ। ପରେ ସେମାନେ ଗୃହ ମଧ୍ୟକୁ ଆସି ରାଜ୍ୟରେ ମହିଳା ନିର୍ଯାତନା ଓ ଅତ୍ୟାଚାର କରାଯାଉଥିବା ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଥିବାର ଅଭିଯୋଗ ଆଣି ହୋହାଲ୍ଲା କରିଥିଲେ ।
ବିଜେଡି ବିଧାୟକମାନେ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ବିଧାନସଭାରେ ହଟ୍ଟଗୋଳ କରିଥିଲେ। ତାରା ବାହିନୀପତି, ସାଗର ଦାସ ଚପଲ ପିନ୍ଧି ରିପୋର୍ଟର ଟେବୁଲ ଉପରେ ଚଢିଲେ । ରିପୋର୍ଟିଂ ଟେବୁଲର ହେଡଫୋନ ଉପାଡିଦେଇଥିଲେ ବିରୋଧୀ ।












Click it and Unblock the Notifications