Naveen Patnaik: ବିଧାନସଭାରେ ସନାଙ୍କୁ ତେରଛା ବାଣ ମାରିଲେ ନବୀନ ପଟ୍ଟନାୟକ

ଗୁରୁବାର ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଥିଲା ବେଳେ ସକ୍ରିୟ ହୋଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଧାନସଭା ଗୃହରେ ପ୍ରବେଶ ସମୟରେ କେନ୍ଦୁଝର ଜିଲାର ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ତେରେଛା ବାଣ ମାରିଛନ୍ତି ନବୀନ।

ନବୀନ ଗାଡ଼ିରୁ ଓହ୍ଲାଇବା ପରେ ଗୃହକୁ ପ୍ରବେଶ କରିବା ସମୟରେ ବିଜେଡି ବିଧାୟକମାନେ ତାଙ୍କୁ ଅଭିବାଦନ ଜଣାଇଥିଲେ। ଏହି ସମୟରେ ନବୀନ ସନାତନଙ୍କୁ ଦେଖି ଅଟକି ଯାଇଥିଲେ ଏବଂ ଗତ କାଲି ବିଜେଡି ବିଧାୟକ ଦଳ ବୈଠକକୁ କାହିଁକି ଆସି ନଥିଲେ ପ୍ରଶ୍ନ କରିଥିଲେ। ଉତ୍ତରରେ ସନା ମହାକୁଡ଼ ଅସୁସ୍ଥତା କାରଣ ଦର୍ଶାଇଥିଲା ବେଳେ ପ୍ରତିଜଵାବରେ ଭାଜପା ଆଡ଼କୁ ଯାଉଛନ୍ତି କି କହି ତେରଛା ବାଣ ମାରିଥିଲେ ନବୀନ।

Naveen Patnaik

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭା ବଜେଟ୍‌ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ୍ ୫ ଯାଏଁ ଚାଲିବାକୁ ଥିବା ବଜେଟ୍ ଅଧିବେଶନରେ ରହିଛି ୨୮ଟି କାର୍ଯ୍ୟଦିବସ । ମୋହନ ସରକାରଙ୍କ ଦ୍ୱିତୀୟ ବଜେଟ୍ ୧୭ ତାରିଖରେ ଆସିବ । ଚଳିତ ବଜେଟ୍ ୨ ଲକ୍ଷ ୮୦ ହଜାର କୋଟି ଛୁଇଁପାରେ ବୋଲି ଅନୁମାନ କରାଯାଉଛି ।

ଅଧିବେଶନ ଆରମ୍ଭରୁ ରାଜ୍ୟପାଳ ଦିବଙ୍ଗତ ରାଜନେତା ଓ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଅଭିଭାଷଣ ଆରମ୍ଭ କରିଥିଲେ।

ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ। ଖଣିଜ ସଂପଦରେ ଭରପୂର ଓଡ଼ିଶା। ଐତିହ୍ୟ, କୀର୍ତ୍ତିରାଜିକୁ ନେଇ ପରିଚିତ ଓଡ଼ିଶା । ଗରିବ, ଯୁବ, ଅନ୍ନଦାତା, ନାରୀଶକ୍ତି ମୋ ସରକାରର ମୂଳମନ୍ତ୍ର
ମୋ ସରକାର ଧାନର ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି କରିଛି।

ଓଡ଼ିଆ ଅସ୍ମିତା ବିକାଶ ଦିଗରେ କାର୍ଯ୍ୟ କରୁଛି ମୋ ସରକାର। ଡିଜିପି ସମ୍ମିଳନୀ, ଉତ୍କର୍ଷ ଓଡ଼ିଶା, ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରିଛୁ। ମୋ ସରକାର ନୂଆ ଶିକ୍ଷାନୀତିକୁ ଲାଗୁ କରିଛନ୍ତି। ୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡ଼ିଶାର ପ୍ରମୁଖ ଭୂମିକା ରହିବ । ଦୁଗ୍ଧ ଚାଷୀଙ୍କ ପାଇଁ କାମଧେନୁ ଯୋଜନା ଆରମ୍ଭ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+