ହାଜତ ମୃତ୍ୟୁକୁ ନେଇ ବିଧାନସଭାରେ ହଟ୍ଟଗୋଳ, ଗୃହ ମୁଲତବି
ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଆରମ୍ଭ ହୋଇଗଲା । ହାଜତ ମୃତ୍ୟୁ ପ୍ରସଙ୍ଗକୁ ନେଇ ଜୋରଦାର ପ୍ରତିବାଦ ।
ଭୁବନେଶ୍ବର: ଆଜି ବିଧାନସଭାର ଶୀତକାଳୀନ ଅଧିବେସନର ପ୍ରଥମ ଦିନ । ମୁଲତବୀ ପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂର୍ବାହ୍ନରେ ଦିବଙ୍ଗତା ନେତା ପୂର୍ବତନ ବାଚସ୍ପଚି ଶରତ କର, କାର୍ତ୍ତିକେଶ୍ବର ପାତ୍ର, ପୂର୍ବତନ ସଦସ୍ୟ, ଗୁରୁପଦ ନନ୍ଦଙ୍କ ସହ କୋରୋନା ଯୋଦ୍ଧାଙ୍କ ପାଇଁ ଶୋକ ପ୍ରସ୍ତାବ ଆସିବା ପରେ ଗୃହକାର୍ଯ୍ୟ 3ଟା ଯାଏ ମୁଲତବୀ ଥିଲା ।

ତେବେ ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଆରମ୍ଭ ହୋଇଗଲା । ହାଜତ ମୃତ୍ୟୁ ପ୍ରସଙ୍ଗକୁ ନେଇ ଜୋରଦାର ପ୍ରତିବାଦ । ଗୃହ ମଧ୍ୟକୁ ଆସି ଉଭୟ କଂଗ୍ରେସ ଓ ବିଜେପିର ସଦସ୍ୟମାନଙ୍କ ନାରାବାଜି । ଫଳରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ।












Click it and Unblock the Notifications