ଆଜିଠୁ ବିଧାନସଭା, ଶୋକପ୍ରସ୍ତାବ ପରେ ଗୃହ ମୁଲତବୀ
ଆଜି ଅଧିବେଶନର ପ୍ରଥମ ଦିନ ପୂର୍ବାହ୍ନ 10.30 ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ କରିଛନ୍ତି ।
ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ । 40 ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ଡିସେମ୍ବର 31ରେ ଶେଷ ହେବ । ସେପଟେ କୋଭିଡ କଟକଣା ସହ ରହିନାହିଁ ପ୍ରଶ୍ନକାଳ ।
ତେବେ ଆଜି ଅଧିବେଶନର ପ୍ରଥମ ଦିନ ପୂର୍ବାହ୍ନ 10.30 ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ କରିଛନ୍ତି । ଶୋକ ପ୍ରସ୍ତାବ ପରେ ଅପରାହ୍ନ 3 ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଛି । ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବ୍ୟୟ ମଞ୍ଜୁର ବିଲ ଆଗତ କରିବା ନେଇ ସୂଚନା ମିଳିଛି ।

ତେବେ ମୌସୁମୀ ଅଧିବେଶନ ପରି ଏଥର ବି ରହିବ ନାହି ପ୍ରଶ୍ନକାଳ । ତାରକା ପ୍ରଶ୍ନ ବି ବାତିଲ । ଗୃହ ପ୍ରତିଦିନ 10 ଟା 30ରୁ 1 ଟା ଓ ଅପରାହ୍ନ 3ଟାରୁ 5ଟା ଯାଏଁ ପ୍ରାୟ ସାଢେ 4 ଘଣ୍ଟା ଚାଲିବ । ଅଧିବେଶନରେ ବିରୋଧୀ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଚାଷୀ ସମସ୍ୟା , ନାବାଳିକା ଗଣଦୁଷ୍କର୍ମ, ପୁରୀ ଓ ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲା, ବଲାଙ୍ଗୀର ହତ୍ୟାକାଣ୍ଡ, ଆଇନ ଶୃଙ୍ଖଳା ପ୍ରସଙ୍ଗରୁ ବିଧାନସଭାରେ ବିରୋଧୀ ବିଜେପି ଓ କଂଗ୍ରେସ ଉଠାଇବା ସହ ସରକାରଙ୍କ ଠାରୁ ଜବାବ ମାଗିବେ ।












Click it and Unblock the Notifications