ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ, ଆସନ୍ତାକାଲି ଯାଏଁ ଗୃହ ମୁଲତବୀ
ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ । ହୋହଲ୍ଲା ମଧ୍ୟରେ ଉପସ୍ଥାପନ କଲେ ନିରଞ୍ଜନ ପୂଜାରୀ ।
ଭୁବନେଶ୍ବର: ଆସିଲା ଅତିରିକ୍ତ ବଜେଟ । ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ । ହୋହଲ୍ଲା ମଧ୍ୟରେ ବଜେଟ ଉପସ୍ଥାପନ କଲେ ନିରଞ୍ଜନ ପୂଜାରୀ । ଉପସ୍ଥାପନ ହେଲା ୫ଟି ବିଲ୍ । ତେବେ ବଜେଟ ଉପସ୍ଥାପନା ପରେ ଆସନ୍ତାକାଲି ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ସେପଟେ ଅତିରିକ୍ତ ବଜେଟ ଉପସ୍ଥାପନା ହେବା ପରେ ବିଜ୍ନେସ ଆଡଭାଇଜରି କମିଟି ବୈଠକ ଡାକିଛନ୍ତି ବାଚସ୍ପତି । ଅପରାହ୍ଣ ୪ଟା ୩୦ରେ ବସିବ ଏହି ବୈଠକ ।
ତେବେ 2ୟ ଥର ମୁଲତବୀ ପରେ ସର୍ବଦଳୀୟ ବୌଠକ ଡାକିଥିଲେ ବାଚସ୍ପତି । ମାତ୍ର ସର୍ବଦଳୀୟ ବୈଠକରେ ବାହାରି ପାରିଲାନି ନିଷ୍କର୍ଷ । ଗୃହ କାର୍ଯ୍ୟ ଆରମ୍ଭରୁ ପୁଣି ବିଜେପି ଓ କଂଗ୍ରେସର ହୋହଲ୍ଲା ଆରମ୍ଭ ହୋଇଥିଲା । ବିଜେପି ଓ କଂଗ୍ରେସର ହୋହଲ୍ଲା ମଧ୍ୟରେ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।












Click it and Unblock the Notifications