୧୧ ହଜାର ୨୦୦କୋଟିର ଅତିରିକ୍ତ ବଜେଟ, ଜାଣନ୍ତୁ କେଉଁ ବିଭାଗ ପାଇଁ କେତେ ବ୍ୟୟବରାଦ
ଶୀତକାଳିନ ଅଧିବେସନର ପ୍ରଥମ ଦିନରେ ଗୃହରେ ଉପସ୍ଥାପିତ ହୋଇଛି ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୧ ହଜାର ୨୦୦କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ ।
ଭୁବନେଶ୍ୱର: ବିରୋଧୀଙ୍କ ହୋ-ହାଲ୍ଲା ମଧ୍ୟରେ ଶୀତକାଳିନ ଅଧିବେସନର ପ୍ରଥମ ଦିନରେ ଗୃହରେ ଉପସ୍ଥାପିତ ହୋଇଛି ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୧ ହଜାର ୨୦୦କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ । ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଚଳିତ ଆର୍ଥିକ ବର୍ଷ ଦେଢ଼ ଲକ୍ଷ କୋଟି ଟଙ୍କାର ମୂଳ ବଜେଟ ଥିବାବେଳେ କରୋନା ଯୋଗୁ ଅର୍ଥନୀତି ପ୍ରଭାବିତ ହୋଇଥିବାରୁ ରାଜ୍ୟ ସରକାର ମୂଳ ବଜେଟରେ ବ୍ୟୟବରାଦ ଅର୍ଥକୁ ପୁନଃ ଆବଣ୍ଟିତ କରିଛନ୍ତି । ଆଜି ବିଧାନସଭାରେ ଉପସ୍ଥାପତି ୨୦୨୦-୨୧ ବର୍ଷର ଅତିରିକ୍ତ ବଜେଟରେ ସ୍ବାସ୍ଥ୍ୟ, ଗ୍ରାମୀଣ ରୋଜଗାର, ଖାଦ୍ୟ ନିରାପତ୍ତା ଓ ଶିକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି।
- ସ୍ବାସ୍ଥ ବିଭାଗ ପାଇଁ ୧୭୬୮.୭୭ କୋଟି ଟଙ୍କାର ବୟବରାଦ
- ପଞ୍ଚାୟତରାଜ ପାଇଁ ୨୦୪୬.୧୧ କୋଟିର ବୟବରାଦ
- ଖାଦ୍ୟ ଯୋଗାଣ ପାଇଁ ୧୦୭୮.୩୦ କୋଟିର ବୟବରାଦ
- ଅର୍ଥ ବିଭାଗ ପାଇଁ ୨୩୬୩.୦୪ କୋଟିର ବୟବରାଦ
- ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ ୧୪୮୪.୨୨ କୋଟିର ବୟବରାଦ
ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଅତିରିକ୍ତ ବଜେଟ ଆଗତ କରି କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷର ମୂଳ ବଜେଟରେ ସଂସ୍କାରମୂଳକ ପ୍ରସ୍ତାବ ମାଧ୍ୟମରେ ଏକ ନୂତନ ଓଡ଼ିଶା ଗଠନ ପାଇଁ ସରକାରଙ୍କ ଆଭିମୁଖ୍ୟ ରହିଥିଲା। କିନ୍ତୁ କୋଭିଡ-୧୯ ମହାମାରୀ ପ୍ରଭାବରେ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା ନିମନ୍ତେ ଚଳିତ ଆର୍ଥିକ ବର୍ଷରେ ସରକାରଙ୍କୁ ନିଜର ପ୍ରାଥମିକତାକୁ ସଂଶୋଧନ କରିବାକୁ ପଡ଼ିଛି । ମୂଳ ବଜେଟ କୋଭିଡ୍ ପରିସ୍ଥିତି ପୂର୍ବରୁ ପ୍ରସ୍ତୁତ ହୋଇଥିଲା ଓ ସେଥିରେ ସ୍ୱାସ୍ଥ୍ୟ, ଦକ୍ଷତା ବୃଦ୍ଧି, ପର୍ଯ୍ୟଟନ ବିକାଶ, ଗ୍ରାମୀଣ ଓ ସହାରାଞ୍ଚଳ ଉନ୍ନୟନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ତେବେ ଚଳିତ ଅତିରିକ୍ତ ବଜେଟରେ ପଂଚାୟତିରାଜ, ସ୍ୱାସ୍ଥ୍ୟ ଓ ଶକ୍ତି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି।












Click it and Unblock the Notifications