ବିଧାନସଭା 3ୟ ଦିନ: ଶିକ୍ଷା ବ୍ୟବସ୍ଥାର ସଂସ୍କାର ପ୍ରସଙ୍ଗରେ ମୋସନ ଆଲୋଚନା

ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନ । ସକାଳ ସାଢେ 10 ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି ।

ଭୁବନେଶ୍ୱର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନ । ସକାଳ ସାଢେ 10 ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପ୍ରସଙ୍ଗରେ ଆସିଥିବା ମୋସନ ଉପରେ ଆଲୋଚନା ଜାରି ରହିଛି ।

ବିଧାନସଭା

ପ୍ରାଥମିକ ଶିକ୍ଷାର ଏକତ୍ରୀକରଣ ଓ ସୁବ୍ୟବସ୍ଥିକରଣ ମୋସନ ଉପରେ ଆଲୋଚନା ଚାଲିଛି । ପ୍ରସ୍ତାବ ଆଣିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ମୋସନ ଆଲୋଚନା ବେଳେ ସରକାରୀ ଦଳ ମୁଖ୍ୟ ସଚେତକଙ୍କ ବିବୃତି, ସ୍କୁଲକୁ ବନ୍ଦ କରାଯାଇନାହିଁ ବରଂ ମିଶ୍ରଣ କରାଯାଇଛି । ଶିକ୍ଷାରୁ ବଞ୍ଚିତ ପାଇଁ ସରକାର ବ୍ୟବସ୍ଥା କରିନାହାନ୍ତି । ସମସ୍ତଙ୍କୁ ଶିକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଉଛି । ବିଭିନ୍ନ ସ୍ଥାନରେ ୮ଟି ଛାତ୍ରଛାତ୍ରୀରେ ୨ ଜଣ ଶିକ୍ଷକ ରହୁଛନ୍ତି ।

ସେପଟେ 22 ସ୍କୁଲ ବନ୍ଦ ନେଇ ଗୃହରେ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ ଉଦବେଗ ପ୍ରକାଶ କରିଛନ୍ତି । ବିଷ୍ଣୁ କହିଛନ୍ତି, ଏପରି ହେଲେ ବହୁ ସ୍କୁଲ ବନ୍ଦ ହୋଇଯିବ । କୋରାପୁଟରେ ପ୍ରାୟ 800 ସ୍କୁଲ ବନ୍ଦ ହୋଇଯାଇପାରେ । ଆମେ ଗୃହର ସଦସ୍ୟ ଏ ବାବଦରେ ଅବଗତ ନାହାନ୍ତି । ସାଢେ 11 ହଜାର ସ୍କୁଲ ବନ୍ଦ ହେଲେ ଭବିଷ୍ୟତର ଆତ୍ମଘାତୀ ହେବ । ନିଷ୍ପତ୍ତିର ପୁନଃ ବିଚାର ନ ହେଲେ ପୋଡିୟମରେ ବସିବେ କହିଲେ ବିଷ୍ଣୁ ସେଠୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+