ଡିସେମ୍ବର ୧ରୁ ବିଧାନସଭା ଶୀତ ଅଧିବେଶନ
ଆସନ୍ତା ଡିସେମ୍ବର ୧ରୁ ବିଧାନସଭାର ଶୀତକାଳୀନ ଅଧିବେଶନ । ଡିସେମ୍ବର ୧ ତାରିଖରୁ ୩୧ ତାରଖ ପର୍ଯ୍ୟନ୍ତ ଚାଲିବ ଶୀତକାଳୀନ ଅଧିବେଶନ ।
ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧ରୁ ବିଧାନସଭାର ଶୀତକାଳୀନ ଅଧିବେଶନ । ଡିସେମ୍ବର ୧ ତାରିଖରୁ ୩୧ ତାରଖ ପର୍ଯ୍ୟନ୍ତ ଚାଲିବ ଶୀତକାଳୀନ ଅଧିବେଶନ । ଚଳିତ ଅଧିବେସନରେ ମୋଟ ୩୧ଟି ଦିବସ ଥିବାବେଳେ ସେଥି ମଧ୍ୟରୁ ୫ଟି ଛୁଟି ଦିବସ ରହିଛି ଅର୍ଥାତ ମୋଟ ୨୬ଟି କାର୍ଯ୍ୟଦିବସ ରହିଛି । ଏନେଇ ଆଜି ବିଧାନସଭା ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ତେବେ ଅଧିବେଶନର ପ୍ରଥମ ଦିନରେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଆଗତ ହେବ। ଡିସେମ୍ବର ୧୦ ତାରିଖରେ ଅତିରିକ୍ତ ବଜେଟକୁ ଗୃହୀତ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ଆସିବ। ଡିସେମ୍ବର ୧୧ରୁ ଡିସେମ୍ବର ୩୧ ଯାଏ ଗୃହର ଅଧିବେଶନରେ କି କାର୍ଯ୍ୟକ୍ରମ ହେବ, ତାହା ସ୍ଥିରକୃତ ହୋଇନାହିଁ। କେବଳ ଅଫିସିଆଲ ବିଜନେସ୍ ଓ ପ୍ରାଇଭେଟ୍ ମେମ୍ବର୍ସ ବିଜନେସ୍ ଭାବେ ଉଲ୍ଲେଖ ରହିଛି।
ତେବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶେଷଥର ପାଇଁ ଅଧିବେଶନ ବସୁଥିବାରୁ ଉଭୟ ଶାସକ ଓ ବିରୋଧୀ ନିଜ ନିଜର ରଣନୀତି ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରିବେ।












Click it and Unblock the Notifications