ଆଜି ବି ଗୃହରେ ଘଣ୍ଟ ପିଟିଲେ ବିରୋଧୀ, ହଟ୍ଟଗୋଳ ପାଇଁ ଗୃହ ମୁଲତବୀ
ଆଜି ବି ଗୃହରେ ଘଣ୍ଟ ପିଟି ପ୍ରତିବାଦ ଜଣାଇଲେ ବିରୋଧୀ ଦଳ ସଦସ୍ୟ । ବିରୋଧୀଙ୍କ ହଟ୍ଟଗୋଳ, ହଙ୍ଗାମା ଯୋଗୁଁ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।
ଭୁବନେଶ୍ବର: ନବମ ଦିନରେ ବି ଚାଲିପାରିଲାନି ବିଧାନସଭା । ମମିତା ମେହେର ହତ୍ୟା ପ୍ରସଙ୍ଗକୁ ନେଇ ଆଜି ବି ଗୃହରେ ବିରୋଧୀ ହଙ୍ଗାମା କରିଛନ୍ତି । ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କଲେ ବିରୋଧୀ ସଦସ୍ୟ । ଆଜି ବି ଗୃହରେ ଘଣ୍ଟ ପିଟି ପ୍ରତିବାଦ ଜଣାଇଲେ ବିରୋଧୀ ଦଳ ସଦସ୍ୟ । ବିରୋଧୀଙ୍କ ହଟ୍ଟଗୋଳ, ହଙ୍ଗାମା ଯୋଗୁଁ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ବିଧାନସଭା ଆରମ୍ଭ ହେଲା ଦିନରୁ ଗୃହରେ ମମିତା ପ୍ରସଙ୍ଗ ଏବଂ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି ଦୋହରାଇ ଆସୁଛନ୍ତି ବିରୋଧୀ । ଗୃହକୁ ସୁଚାରୁରୁପେ ଚଲାଇବା ପାଇଁ ସର୍ବଦଳିୟ ବୈଠକ ମଧ୍ୟ ବସିଥିଲା । କିନ୍ତୁ ଏହା ଫେଲ ମାରିଛି । ଉଭୟ ବିରୋଧୀ ଏବଂ ଶାସଦ ଦଳ ନିଜ ନିଜ ଜିଦରେ ଅଟଳ ରହିଛନ୍ତି । ବିରୋଧୀ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିସ୍କାର ଦାବି ଉଠାଇଆସୁଥିବା ବେଳେ, ଶାସକ ଦଳ ଦରଦାମ ବୃଦ୍ଧିକୁ ନେଇ ଆନ୍ଦୋଳନ କରିଆସୁଛି । ଯେଉଁଠି ଲୋକଙ୍କ ସମସ୍ୟାକୁ ନେଇ ଆଲୋଚନା ହେବା କଥା ସେଠାରେ ରାଜନୈତିର ଦଳମାନେ କାଦୁଅ ଫିଙ୍ଗା ରାଜନୀତି ଖେଳୁଛନ୍ତି । ଯାହା ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି












Click it and Unblock the Notifications