For Quick Alerts
Turn On Notification  
For Daily Alerts
Oneindia App Download

କାଲିଠୁ ବିଧାନସଭା ଶୀତ ଅଧିବେଶନ: ଅର୍ଚ୍ଚନା ନାଗ ପ୍ରସଙ୍ଗରେ କମ୍ପିବ ଗୃହ, ଶାସକ ଦଳକୁ ଘେରିବେ ବିରୋଧୀ

ଶୀତରେ ତାତିବ ଗୃହ । ବିଧାନସଭା ଶୀତ ଅଧିବେଶନରେ ଗୃହକାର୍ଯ୍ୟକୁ ଉଷ୍ମ କରିବ ଅର୍ଚ୍ଚନା ପ୍ରସଙ୍ଗ । କାଲିଠୁ ଆରମ୍ଭ ହେଉଛି ଷୋଡଦଶ ବିଧାନସଭା ଶୀତ ଅଧିବେଶନ ।

|

ଭୁବନେଶ୍ଵର: ଶୀତରେ ତାତିବ ଗୃହ । ବିଧାନସଭା ଶୀତ ଅଧିବେଶନରେ ଗୃହକାର୍ଯ୍ୟକୁ ଉଷ୍ମ କରିବ ଅର୍ଚ୍ଚନା ପ୍ରସଙ୍ଗ । କାଲିଠୁ ଆରମ୍ଭ ହେଉଛି ଷୋଡଦଶ ବିଧାନସଭା ଶୀତ ଅଧିବେଶନ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ବିରୋଧୀ । ଏଥର କଂଗ୍ରେସର ମୁଖ୍ୟ ମୁଦ୍ଦା ରହିଛି ଅର୍ଚ୍ଚନା ନାଗ ମାମଲା । ସେହିପରି ଚାଷୀ ଓ ଚାଷ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛି ବିରୋଧୀ ବିଜେପି । ଅନ୍ୟପଟେ ଉଭୟ ବିଜେପି ଓ କଂଗ୍ରେସର ରଣନୀତିକୁ କାଉଣ୍ଟର କରିବା ପାଇଁ ଶାସକ ବିଜେଡି ବି ପ୍ରସ୍ତୁତ ଥିବା ଜଣାପଡିଛି ।

Odisha Assembly Winter Session

ବିଧାନସଭା ଆରମ୍ଭ ରୁ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ନେଇ କମ୍ପିବ ଗୃହ । କାରଣ ଏଭଳି ଘଟଣା ପୂର୍ବରୁ କେବେ ବି ଓଡିଶାରେ ଦେଖିବାକୁ ମିଳିନଥିଲା । ପ୍ରଥମ ଥର ପାଇଁ ଏହି ମାମଲାରେ ଆଇଏଏସ, ଆଇପିଏସ ସମେତ ଏକାଧିକ ବଡ ନେତା ସାମିଲ ଥିବା ଚର୍ଚ୍ଚା ହେଉଛି । ତେଣୁ ଉଭୟ ବିରୋଧୀ ଦଳ ବିଜେପ ଓ କଂଗ୍ରେସ ଆରମ୍ଭରୁ ଏହାକୁ ମୁଦ୍ଦା କରିବାକୁ ନେଇଛନ୍ତି ନିଷ୍ପତି। ଏଥି ସହ ଚାଷୀ ସମସ୍ୟା, ଫସଲ ବୀମା ନମିଳିବା, ମଣ୍ଡି ସମସ୍ୟା , ଧାନ କିଣାରେ କଟନୀ ଛଟନୀ, ଦାଦନ ସମସ୍ୟା, ବେକାରୀ ସମସ୍ୟା ଏବଂ ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ବି ବିଧାନସଭାରେ ଉଠାଇବାକୁ ଯୋଜନା କରିଛନ୍ତି ବିରୋଧୀ ।

ଅର୍ଚ୍ଚନା ନାଗ ବିଧାନସଭାରେ ମୁଖ୍ୟ ପ୍ରସଙ୍ଗ ହେବା ଦରକାର ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି, ଅର୍ଚ୍ଚନାକାଣ୍ଡ ରାଜ୍ୟ ପାଇଁ ଏକ ଲଜ୍ଜାଜନକ ଘଟଣା । କିନ୍ତୁ ଚିଟଫଣ୍ଡ ଭଳି ଏହି ପ୍ରସଙ୍ଗ ଲୁଚିଯିବନିତ ବୋଲି ସେ ସନ୍ଦେହ ପ୍ରକାଶ କରିଛନ୍ତି । ନରସିଂହ ଆହୁରି କହିଛନ୍ତି, ସମସ୍ତେ ମିଳିମିଶି ଏହାକୁ ଦବେଇବାକୁ ଉଦ୍ୟମ କରୁଛନ୍ତି । ବିଜେଡି-ବିଜେପି ସେଟିଂରେ ଚାଲିଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।

ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା କିନ୍ତୁ ସେଭଳି ଗୁରୁତ୍ୱ ଦେଇନାହାନ୍ତି । ଜୟ ନାରାୟଣ ମିଶ୍ର କହିଛନ୍ତି, ଇଡି ତଦନ୍ତରେ ସମସ୍ତେ ସହଯୋଗ କରିବା ଉଚିତ । ବିଧାନସଭାରେ ଚାଷୀ ପ୍ରସଙ୍ଗ ହିଁ ମୁଖ୍ୟ ପ୍ରସଙ୍ଗ ହେବା ଦରକାର । ଏବେ କ୍ଷେତରେ ପାଣି ନାହିଁ । ଧାନବିକ୍ରି ହୋଇନାହିଁ । କଲେକ୍ଟରମାନେ ମନମାନି କରିଛନ୍ତି । ଇନପୁଟ ସବସିଡି ମଳିନାହିଁ । ତେଣୁ ଏହି ପ୍ରସଙ୍ଗ ଗୃହରେ ଉଠିବ ବୋଲି କହିଛନ୍ତି ବିରୋଧୀଦଳ ନେତା । ସେପଟେ ଶାସକ ଦଳ ପକ୍ଷରୁ କୁହାଯାଇଛି ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ।

ସେପଟେ ସମସ୍ତ ପ୍ରସଙ୍ଗ ସହ ବିରୋଧୀଙ୍କୁ ସାମ୍ନା କରିବାକୁ ପ୍ରସ୍ତୁତ ରହିଛି ଶାସକ ଦଳ । ବିରୋଧୀ ଦଳ ପକ୍ଷରୁ ବିଧାନସଭାର ବିଧି ବିଧାନ ଅନୁସାରେ ଯେଉଁ ସବୁ ପ୍ରସଙ୍ଗ ଉଠାଯିବ ତାହା ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ବିଜେଡି ନେତା । ବିକାଶ ସହିତ ବିଜେଡି ଥିବା ବେଳେ ଯେଉଁ କ୍ଷେତ୍ରରେ କେନ୍ଦ୍ର ସରକାର ଅବହେଳା ପ୍ରଦର୍ଶନ କରିଛନ୍ତି । ତାକୁ ବିଧାନସଭାରେ ଉଠାଇବାକୁ ଯୋଜନା କରିଛି ବିଜେଡି । ଗତ ଅଧିବେଶନ ପରି ପ୍ରଶ୍ନ କାଳ ଯେପରି ସ୍ବାଭାବିକ ଭାବେ ଚାଲିବ ସେ ନେଇ ବିରୋଧୀ ସହଯୋଗ କରିବେ ବୋଲି ସରକାରୀ ଦଳ ଆଶା ରଖିଛି ।

ବିଧାନସଭାର ଶୀତ ଅଧିବେଶନ ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Assembly Winter Session Starts from Tomorrow
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X