ଓଡ଼ିଶା ଅଗ୍ନିଶମ ସେବା ସଂଶୋଧନ ବିଲ୍ ପାରିତ, ସୋମବାର ସକାଳ ସାଢେ ୧୦ଟା ଯାଏଁ ଗୃହ ମୁଲତବି
ଓଡ଼଼ିଶା ଅଗ୍ନିଶମ ସେବା ସଂଶୋଧନ ବିଲ୍ ପାରିତ ।
ଭୁବନେଶ୍ୱର: ଓଡ଼ିଶା ଅଗ୍ନିଶମ ସେବା ସଂଶୋଧନ ବିଲ୍ ବିଧାନସଭାରେ ଶନିବାର ଦିନ ପାରିତ ହୋଇଯାଇଛି । ଏଥି ସହିତ ସୋମବାର ସକାଳ ୧୦ ଟା ୩୦ ଯାଏଁ ଗୃହ ମୁଲତବି ରଖିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ସୂଚନା ଅନୁସାରେ , ଓଡ଼ିଶାର ଅଗ୍ନି ନିରୋଧ ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଓଡ଼ିଶା ଅଗ୍ନିଶନ ସେବାର ଅଧିନିୟମ- ୧୯୯୩ ପ୍ରଣୟନ କାର୍ଯ୍ୟକାରି ହୋଇଆସୁଛି । ତେବେ ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ବା ମନୁଷ୍ୟକୃତ ବିପର୍ଯ୍ୟୟ ସମୟରେ ପ୍ରଥମେ ଅଗ୍ନିସେବା ବାହିନୀ ସେବା ଯୋଗାଉଛି । ଯାହାକୁ ନଜରରେ ରଖି କେନ୍ଦ୍ର ସରକାର ଏକ ସଂଶୋଧନ ଆଦର୍ଶ ବିଲ୍ ପ୍ରସ୍ତୁତ କରିଥିଲେ ଏବଂ ସମସ୍ତ ରାଜ୍ୟରେ ପ୍ରଚଳିତ ନିୟମକୁ ସଂଶୋଧନ କରିବା ପାଇଁ ଅନୁରୋଧ କରିଥିଲେ । ଓଡ଼଼ିଶା ଅଗ୍ନିଶମ ସେବା ସଂଶୋଧନ ବିଲ୍ ଆଜି ଗୃହରେ ପାରିତ ହୋଇଛି ।
ବିଧାନସଭାର ଶୀତକାଳୀନ ଅଧିବେଶନ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହୋଇଛି । ଆଜି ତୃତୀୟ ଦିନରେ ଗୃହରେ ପର୍ଯ୍ୟଟନସ୍ଥଳୀର ବିକାଶ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା । ସେହିପରି ଶୂନ୍ୟକାଳରେ ଉଠିଥିଲା ଅଙ୍ଗନବାଡି କର୍ମୀଙ୍କ ପ୍ରସଙ୍ଗ । ବିଜେପି ବିଧାୟକ ମୋହନ ମାଝି ଅଙ୍ଗନବାଡି କର୍ମୀଙ୍କର ଦାବି ପୂରଣ କରିବା ପାଇଁ ବାଚସ୍ପତିଙ୍କୁ ଅନୁରଧ କରିଥିଲେ ।












Click it and Unblock the Notifications