ଆସନ୍ତା ୨୮ରୁ ୩୦ ତାରିଖ ମଧ୍ୟରେ ସମସ୍ତ ବିଧାୟକଙ୍କର ହେବ କୋଭିଡ୍ ଟେଷ୍ଟ
ଡିସେମ୍ବର ୧ରୁ ଆରମ୍ଭ ହେଉଥିବା ବିଧାନସଭା ଶୀତ ଅଧିବେଶନ ପାଇଁ ବାଧ୍ୟତାମୂଳକ କରାଯାଇଛି କରୋନା ଟେଷ୍ଟ । ବିଧାନସଭା କର୍ମଚାରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ,ସାମ୍ବାଦିକ ଓ ସୁରକ୍ଷା କର୍ମୀଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି ।
ଭୁବନେଶ୍ୱର: ଡିସେମ୍ବର ୧ରୁ ଆରମ୍ଭ ହେଉଥିବା ବିଧାନସଭା ଶୀତ ଅଧିବେଶନ ପାଇଁ ବାଧ୍ୟତାମୂଳକ କରାଯାଇଛି କରୋନା ଟେଷ୍ଟ । ବିଧାନସଭା କର୍ମଚାରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ,ସାମ୍ବାଦିକ ଓ ସୁରକ୍ଷା କର୍ମୀଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଏନେଇ ଆଜି ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ବାଚସ୍ପତିଙ୍କ ସୂଚନା ମୁତାବକ, ୩ ଦିନ ଧରି କରାଯିବ ଟେଷ୍ଟ । ଆସନ୍ତା ୨୮,୨୯ ଓ ୩୦ ତାରିଖ ଦିନ ଧାର୍ଯ୍ୟ କରାଯାଇଛି । ସକାଳ ୮ରୁ ସନ୍ଧ୍ୟା ସାଢ଼େ ୫ଟା ଯାଏଁ ଟେଷ୍ଟିଂ ହେବ । ରିପୋର୍ଟ ନେଗେଟିଭ୍ ଆସିଲେ ଅଧିବେଶନରେ ସାମିଲ ହେବାକୁ ଅନୁମତି ମିଳିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।
ସୂଚନାଥାଉ କି, ଆସନ୍ତା ଡିସେମ୍ବର ୧ ତାରିଖରୁ ୩୧ ତାରଖ ପର୍ଯ୍ୟନ୍ତ ଚାଲିବ ଶୀତକାଳୀନ ଅଧିବେଶନ । ଚଳିତ ଅଧିବେସନରେ ମୋଟ ୩୧ଟି ଦିବସ ଥିବାବେଳେ ସେଥିମଧ୍ୟରୁ ୫ଟି ଛୁଟି ଦିବସ ରହିଛି ଅର୍ଥାତ ମୋଟ ୨୬ଟି କାର୍ଯ୍ୟଦିବସ ରହିଛି ।
ତେବେ ଅଧିବେଶନର ପ୍ରଥମ ଦିନରେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଆଗତ ହେବ। ଡିସେମ୍ବର ୧୦ ତାରିଖରେ ଅତିରିକ୍ତ ବଜେଟକୁ ଗୃହୀତ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ଆସିବ। ଡିସେମ୍ବର ୧୧ରୁ ଡିସେମ୍ବର ୩୧ ଯାଏ ଗୃହର ଅଧିବେଶନରେ କି କାର୍ଯ୍ୟକ୍ରମ ହେବ, ତାହା ସ୍ଥିରକୃତ ହୋଇନାହିଁ। କେବଳ ଅଫିସିଆଲ ବିଜନେସ୍ ଓ ପ୍ରାଇଭେଟ୍ ମେମ୍ବର୍ସ ବିଜନେସ୍ ଭାବେ ଉଲ୍ଲେଖ ରହିଛି।












Click it and Unblock the Notifications