Get Updates
Get notified of breaking news, exclusive insights, and must-see stories!

ବିଧାନସଭା: ସର୍ବଦଳୀୟ ବୈଠକ ପରେ ବି ଚାଲି ପାରିଲାନି ଗୃହକାର୍ଯ୍ୟ, କାଲି ୧୦ଟା ୩୦ ଯାଏଁ

ଚାଷୀ ସମସ୍ୟା ନେଇ ବିଧାନସଭା ଅପରାହ୍ଣ ଅଧିବେଶନ ଆରମ୍ଭରୁ ହଟଗୋଳ। ଗୃହ ମଧ୍ୟଭାଗକୁ ଆସି ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ। ପ୍ରଥମେ ସାଢ଼େ ୪ଟା ଯାଏଁ ମୁଲତବି କରି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି। ସର୍ବଦଳୀୟ ବୈଠକ ପରେ ବି ହୋହଲ୍ଲା, ଗୃହ ଆସନ୍ତାକ

ଭୁବନେଶ୍ବର: ଚାଷୀ ସମସ୍ୟା ନେଇ ବିଧାନସଭା ଅପରାହ୍ଣ ଅଧିବେଶନ ଆରମ୍ଭରୁ ହଟଗୋଳ । ଗୃହ ମଧ୍ୟଭାଗକୁ ଆସି ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ। ପ୍ରଥମେ ସାଢ଼େ ୪ଟା ଯାଏଁ ମୁଲତବି କରି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି । ସର୍ବଦଳୀୟ ବୈଠକ ପରେ ବି ହୋହଲ୍ଲା, ଗୃହ ଆସନ୍ତାକାଲି (ଶନିବାର) ସକାଳ ସାଢ଼େ ୧୦ଟା ପର୍ୟ୍ୟନ୍ତ ମୁଲତବି ରଖିଛନ୍ତି ।

Odisha Assembly Winter Session

ସୂଚନାଯୋଗ୍ୟ, ବିଧାନସଭାର ଶୀତକାଳୀନ ଅଧିବେଶନ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହୋଇଛି । ଆଜି ଦ୍ବିତୀୟ ଦିନ(ଶୁକ୍ରବାର)ରେ ଗୃହ ଆରମ୍ଭରୁ ଚାଷୀ ପ୍ରସଙ୍ଗରେ ବିରୋଧୀ ଓ ଶାସକଦଳର ସଦସ୍ୟମାନେ ମୁହାଁମୁହିଁ ହୋଇଥିଲେ। ଶାସକ ଦଳ ପକ୍ଷରୁ ଏମଏସପି ବୃଦ୍ଧି ଦାବି ହୋଇଥିଲା। ଅପରପକ୍ଷରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରସଙ୍ଗ ଉଠାଇଥିଲେ। ଏହାଫଳରେ ଗୃହରେ ପ୍ରବଳ ହଟ୍ଟଗୋଳ ସୃ‌ଷ୍ଟି ହୋଇଥିଲା। ଏହାପରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏହାପରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଗୃହ ବାହାରେ ଧାରଣା ଦେଇଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+