For Quick Alerts
Turn On Notification  
For Daily Alerts
Oneindia App Download

ବିଧାନସଭା: ସର୍ବଦଳୀୟ ବୈଠକ ପରେ ବି ଚାଲି ପାରିଲାନି ଗୃହକାର୍ଯ୍ୟ, କାଲି ୧୦ଟା ୩୦ ଯାଏଁ

ଚାଷୀ ସମସ୍ୟା ନେଇ ବିଧାନସଭା ଅପରାହ୍ଣ ଅଧିବେଶନ ଆରମ୍ଭରୁ ହଟଗୋଳ। ଗୃହ ମଧ୍ୟଭାଗକୁ ଆସି ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ। ପ୍ରଥମେ ସାଢ଼େ ୪ଟା ଯାଏଁ ମୁଲତବି କରି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି। ସର୍ବଦଳୀୟ ବୈଠକ ପରେ ବି ହୋହଲ୍ଲା, ଗୃହ ଆସନ୍ତାକ

|

ଭୁବନେଶ୍ବର: ଚାଷୀ ସମସ୍ୟା ନେଇ ବିଧାନସଭା ଅପରାହ୍ଣ ଅଧିବେଶନ ଆରମ୍ଭରୁ ହଟଗୋଳ । ଗୃହ ମଧ୍ୟଭାଗକୁ ଆସି ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ। ପ୍ରଥମେ ସାଢ଼େ ୪ଟା ଯାଏଁ ମୁଲତବି କରି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି । ସର୍ବଦଳୀୟ ବୈଠକ ପରେ ବି ହୋହଲ୍ଲା, ଗୃହ ଆସନ୍ତାକାଲି (ଶନିବାର) ସକାଳ ସାଢ଼େ ୧୦ଟା ପର୍ୟ୍ୟନ୍ତ ମୁଲତବି ରଖିଛନ୍ତି ।

Odisha Assembly Winter Session

ସୂଚନାଯୋଗ୍ୟ, ବିଧାନସଭାର ଶୀତକାଳୀନ ଅଧିବେଶନ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହୋଇଛି । ଆଜି ଦ୍ବିତୀୟ ଦିନ(ଶୁକ୍ରବାର)ରେ ଗୃହ ଆରମ୍ଭରୁ ଚାଷୀ ପ୍ରସଙ୍ଗରେ ବିରୋଧୀ ଓ ଶାସକଦଳର ସଦସ୍ୟମାନେ ମୁହାଁମୁହିଁ ହୋଇଥିଲେ। ଶାସକ ଦଳ ପକ୍ଷରୁ ଏମଏସପି ବୃଦ୍ଧି ଦାବି ହୋଇଥିଲା। ଅପରପକ୍ଷରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରସଙ୍ଗ ଉଠାଇଥିଲେ। ଏହାଫଳରେ ଗୃହରେ ପ୍ରବଳ ହଟ୍ଟଗୋଳ ସୃ‌ଷ୍ଟି ହୋଇଥିଲା। ଏହାପରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏହାପରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଗୃହ ବାହାରେ ଧାରଣା ଦେଇଥିଲେ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Assembly Winter Session: House Adjourned Till Tomorrow
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X