ବିଧାନସଭାରେ ଆଜି ଚାଷୀ ତାତି: ଶାସକ-ବିରୋଧୀ ମୁହାଁମୁହିଁ, ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ
ଆଜି ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନ । ଆରମ୍ଭରୁ ଆଜି ଗୃହରେ ଚାଷି ତାତି ଦେଖିବାକୁ ମିଳିଛି । ଚାଷୀ ସମସ୍ୟାକୁ ନେଇ ଆଜି ଗୃହରେ ଉଭୟ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଏହାପରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଦିନ ୧୧ଟା ୩୦ ଯାଏଁ ପରେ ଅପରାହ୍ନ ୪ଟା
ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନ । ଆରମ୍ଭରୁ ଆଜି ଗୃହରେ ଚାଷି ତାତି ଦେଖିବାକୁ ମିଳିଛି । ଚାଷୀ ସମସ୍ୟାକୁ ନେଇ ଆଜି ଗୃହରେ ଉଭୟ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଏହାପରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଦିନ ୧୧ଟା ୩୦ ଯାଏଁ ପରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଏହାପରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଗୃହ ବାହାରେ ଧାରଣା ଦେଇଥିଲେ ।

ଚାଷୀ ସମସ୍ୟାକୁ ନେଇ ଗୃହର ମଧ୍ୟ ଭାଗକୁ ଆସି ଉଭୟ କଂଗ୍ରେସ ଓ ବିଜେପି ସମେତ ଶାସକ ବିଜେଡି ମଧ୍ୟ ହଟ୍ଟଗୋଳ କରିଥିଲେ। ପ୍ରଶ୍ନ କାଳ ଆରମ୍ଭ ପାଇଁ ବାଚସ୍ପତି ଉଦ୍ୟମ ଆରମ୍ଭ କରିଥିଲେ ବି ହଟ୍ଟଗୋଳ ଯୋଗୁ ତାହା ସମ୍ଭବ ହୋଇ ପାରି ନ ଥିଲା। ବାଚସ୍ପତି ଗୃହକୁ ସଙ୍ଗେ ସଙ୍ଗେ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ବିଧାନସଭାରୁ ବାହାରି ବିଜେଡି ସଦସ୍ୟମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିବା ବେଳେ ବିଜେପି ସଦସ୍ୟମାନେ ଗୃହ ବାହାରେ ବ୍ୟାନର ଓ ପୋଷ୍ଟର ଧରି ବିକ୍ଷୋଭ କରିଥିଲେ।
ବିଜେପି ଅଭିଯୋଗ କରିଛି ଯେ, ଇନପୁଟ ସବସିଡି ଦେବାରେ ବିଳମ୍ବ, ମଣ୍ଡି ଅବ୍ୟବସ୍ଥା, ସଫଳ ବୀମା ଯୋଜନାରେ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଚାଷୀଙ୍କୁ ହଇରାଣ ହେବାକୁ ପଡ଼ୁଛି । କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ଇନପୁଟ ସବସିଡି ବିଳମ୍ବ ଓ ମଣ୍ଡି ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଫସଲ ବୀମା ମିଳିବାରେ ବିଳମ୍ବ ପାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅନ୍ୟପଟେ ରାଜସ୍ପ ମନ୍ତ୍ରୀ ପ୍ରମିଳା ମଲ୍ଲିକ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଫସଲ ବୀମା ଯୋଜନାରେ ବୀମା ଟଙ୍କା ହଡ଼ପ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସଠିକ ପରିମାଣରେ ବୃଦ୍ଧି ନ ହେବା, ସାରର ଅଭାବ ଓ ଏଫସିଆଇ ଚାଉଳରେ ପାତର ଅନ୍ତର କରାଯାଉଛି।
ସୂଚନାଯୋଗ୍ୟ, ବିଧାନସଭାର ଶୀତ ଅଧିବେଶନ ୨୪ ତାରିଖରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୬ ଜଣ ପୂର୍ବତନ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ସେମାନେ ହେଲେ ଚଳିତ ବିଧାନସଭାର ସଦସ୍ୟ ଥିବା ବିଜୟ ରଞ୍ଜନ ସିଂହ ବରିହା ଓ ବିଷ୍ଣୁ ଚରଣ ସେଠୀ, ପୂର୍ବତନ ବିଧାୟକ ଗୋଲକ ବିହାରୀ ନାଏକ, କପିଳ ନାରାୟଣ ତିୱାରୀ, ଗୋପନାରାୟଣ ଦାସ ଓ ଆଦିକନ୍ଦ ସେଠୀ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications