For Quick Alerts
Turn On Notification  
For Daily Alerts
Oneindia App Download

ବିଧାନସଭାରେ ଆଜି ଚାଷୀ ତାତି: ଶାସକ-ବିରୋଧୀ ମୁହାଁମୁହିଁ, ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ

ଆଜି ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନ । ଆରମ୍ଭରୁ ଆଜି ଗୃହରେ ଚାଷି ତାତି ଦେଖିବାକୁ ମିଳିଛି । ଚାଷୀ ସମସ୍ୟାକୁ ନେଇ ଆଜି ଗୃହରେ ଉଭୟ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଏହାପରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଦିନ ୧୧ଟା ୩୦ ଯାଏଁ ପରେ ଅପରାହ୍ନ ୪ଟା

|

ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନ । ଆରମ୍ଭରୁ ଆଜି ଗୃହରେ ଚାଷି ତାତି ଦେଖିବାକୁ ମିଳିଛି । ଚାଷୀ ସମସ୍ୟାକୁ ନେଇ ଆଜି ଗୃହରେ ଉଭୟ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଏହାପରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଦିନ ୧୧ଟା ୩୦ ଯାଏଁ ପରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଏହାପରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଗୃହ ବାହାରେ ଧାରଣା ଦେଇଥିଲେ ।

Odisha Assembly

ଚାଷୀ ସମସ୍ୟାକୁ ନେଇ ଗୃହର ମଧ୍ୟ ଭାଗକୁ ଆସି ଉଭୟ କଂଗ୍ରେସ ଓ ବିଜେପି ସମେତ ଶାସକ ବିଜେଡି ମଧ୍ୟ ହଟ୍ଟଗୋଳ କରିଥିଲେ। ପ୍ରଶ୍ନ କାଳ ଆରମ୍ଭ ପାଇଁ ବାଚସ୍ପତି ଉଦ୍ୟମ ଆରମ୍ଭ କରିଥିଲେ ବି ହଟ୍ଟଗୋଳ ଯୋଗୁ ତାହା ସମ୍ଭବ ହୋଇ ପାରି ନ ଥିଲା। ବାଚସ୍ପତି ଗୃହକୁ ସଙ୍ଗେ ସଙ୍ଗେ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ବିଧାନସଭାରୁ ବାହାରି ବିଜେଡି ସଦସ୍ୟମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିବା ବେଳେ ବିଜେପି ସଦସ୍ୟମାନେ ଗୃହ ବାହାରେ ବ୍ୟାନର ଓ ପୋଷ୍ଟର ଧରି ବିକ୍ଷୋଭ କରିଥିଲେ।

ବିଜେପି ଅଭିଯୋଗ କରିଛି ଯେ, ଇନପୁଟ ସବସିଡି ଦେବାରେ ବିଳମ୍ବ, ମଣ୍ଡି ଅବ୍ୟବସ୍ଥା, ସଫଳ ବୀମା ଯୋଜନାରେ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଚାଷୀଙ୍କୁ ହଇରାଣ ହେବାକୁ ପଡ଼ୁଛି । କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ଇନପୁଟ ସବସିଡି ବିଳମ୍ବ ଓ ମଣ୍ଡି ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଫସଲ ବୀମା ମିଳିବାରେ ବିଳମ୍ବ ପାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅନ୍ୟପଟେ ରାଜସ୍ପ ମନ୍ତ୍ରୀ ପ୍ରମିଳା ମଲ୍ଲିକ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଫସଲ ବୀମା ଯୋଜନାରେ ବୀମା ଟଙ୍କା ହଡ଼ପ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସଠିକ ପରିମାଣରେ ବୃଦ୍ଧି ନ ହେବା, ସାରର ଅଭାବ ଓ ଏଫସିଆଇ ଚାଉଳରେ ପାତର ଅନ୍ତର କରାଯାଉଛି।

ସୂଚନାଯୋଗ୍ୟ, ବିଧାନସଭାର ଶୀତ ଅଧିବେଶନ ୨୪ ତାରିଖରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୬ ଜଣ ପୂର୍ବତନ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ସେମାନେ ହେଲେ ଚଳିତ ବିଧାନସଭାର ସଦସ୍ୟ ଥିବା ବିଜୟ ରଞ୍ଜନ ସିଂହ ବରିହା ଓ ବିଷ୍ଣୁ ଚରଣ ସେଠୀ, ପୂର୍ବତନ ବିଧାୟକ ଗୋଲକ ବିହାରୀ ନାଏକ, କପିଳ ନାରାୟଣ ତିୱାରୀ, ଗୋପନାରାୟଣ ଦାସ ଓ ଆଦିକନ୍ଦ ସେଠୀ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Assembly Winter Session: House Adjourned Till 4 pm in 2nd Day
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X