ଶେଷ ହେଲା ବିଧାନସଭା ଶୀତ ଅଧିବେଶନ, ମାତ୍ର ୮ ଦିନ ଚାଲିଲା
ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ବିଧାନସଭା ଶୀତ ଅଧିବେଶନ । ମାତ୍ର ୮ ଦିନ ଚାଲି ପାରିଲା ଗୃହକାର୍ଯ୍ୟ । ବିଧାନସଭା ଶୀତ ଅଧିବେଶନ ଡିସେମ୍ବର ୩୧ରେ ସରିବାର ଥିଲା ।
ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ବିଧାନସଭା ଶୀତ ଅଧିବେଶନ । ମାତ୍ର ୮ ଦିନ ଚାଲି ପାରିଲା ଗୃହକାର୍ଯ୍ୟ । ବିଧାନସଭା ଶୀତ ଅଧିବେଶନ ଡିସେମ୍ବର ୩୧ରେ ସରିବାର ଥିଲା । ତେବେ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବି କରାଯାଇଥିବା ବାଚସ୍ପତି ସୂଚନା ଦେଇଛନ୍ତି ।

ଶୀତକାଳୀନ ଅଧିବେଶନ ବନ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ଏହାକୁ ସମର୍ଥନ ଜଣାଇଥିଲେ ଶାସକ ଦଳ ବିଧାୟକ । ପରେ ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପ୍ରସ୍ତାବକୁ ଗୃହୀତ କରିଛନ୍ତି ବାଚସ୍ପତି । ଶୀତ ଅଧିବେଶନର ଶେଷ କାର୍ଯ୍ୟ ଦିବସରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିବେଶନରେ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ । ଏହି ସମୟରେ ଗୃହରେ ବିଜେପିର ସଦସ୍ୟ ଅନୁପସ୍ଥିତ ରହିଲେ ।
ଏହାପୂର୍ବରୁ ଆଜି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧୬ ହଜାର ୮୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ପାଇଁ ବ୍ୟୟ ବରାଦ ବିଧାନସଭାରେ ପାରିତ ହୋଇଥିଲା। ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ଅନୁପସ୍ଥିତିରେ ପାରିତ ହୋଇଛି ବ୍ୟୟ ମଞ୍ଜୁରୀ ବିଲ । ଏହାସହ ୨୦୨୧-୨୨ ବର୍ଷର ସିଏଜି ରିପୋର୍ଟ ମଧ୍ୟ ଗୃହରେ ଉପସ୍ଥାପିତ ହୋଇଛି।
ସୂଚନାଯୋଗ୍ୟ, ୧୬ତମ ବିଧାନସଭାର ୧୬ତମ ଅଧିବେଶନ ଗତ ନଭେମ୍ବର ମାସ ୨୪ ତାରିଖରେ ଆରମ୍ଭ ହୋଇଥିଲା। ଏହି ଅଧିବେଶନ ଡିସେମ୍ବର ୩୧ରେ ଶେଷ ହେବାର ଥିଲା। ମାତ୍ର ୮ ଦିନର କାର୍ଯ୍ୟ ପରେ ଶେଷ ହୋଇଛି। ଏହି ଆଠ ଦିନ ମଧ୍ୟରେ ଚାଷୀ ପ୍ରସଙ୍ଗ ଓ ଅର୍ଚ୍ଚନା ନାଗ ମାମଲାରେ ବିରୋଧୀ ବିଜେପି ଓ କଂଗ୍ରେସର ନେତାମାନେ ହଙ୍ଗାମା କରିଥିଲେ। ସେହିପରି ଶିକ୍ଷକ ସଂଘର ଆନ୍ଦୋଳନ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ ଜିଲ୍ଲା ଗଠନ ପାଇଁ ଦାବି ହୋଇଥିଲା।












Click it and Unblock the Notifications