ଶୀତ ଅଧିବେଶନର ପଞ୍ଚମ ଦିବସ, ଆରମ୍ଭରୁ ବିରୋଧୀଙ୍କ ମୁଲତବୀ ନୋଟିସ୍

ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ପଞ୍ଚମ ଦିବସ। ଗୃହକାର୍ଯ୍ୟ ଆରମ୍ଭରୁ ଭିନ୍ନ ପ୍ରସଙ୍ଗ ଉଠାଇ ମୁଲତବୀ ନୋଟିସ ଆଣିଲେ ବିରୋଧୀ ।

ଭୁବନେଶ୍ବର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ପଞ୍ଚମ ଦିବସ। ଗୃହକାର୍ଯ୍ୟ ଆରମ୍ଭରୁ ଭିନ୍ନ ପ୍ରସଙ୍ଗ ଉଠାଇ ମୁଲତବୀ ନୋଟିସ ଆଣିଲେ ବିରୋଧୀ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଆଉ ସରକାର ନିରବଦ୍ରଷ୍ଟା ସାଜିଥିବା ବିରୋଧିଙ୍କ ଦାବି । ତେବେ ମୁଲତବୀ ନୋଟିସକୁ ଗ୍ରହଣ କରିଛନ୍ତି ବାଚସ୍ପତି । ଉତ୍ତର ରଖିବେ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ଶୀତ ଅଧିବେଶନ

ସେପଟେ ଆଜି ଦିନ ଆରମ୍ଭରୁ ଶିକ୍ଷା ସହାୟକ ନିଯୁକ୍ତି ପ୍ରସଙ୍ଗ ଉଠାଇ ଗର୍ଜିଥିଲେ ବିରୋଧୀ ଦଳ ନେତା । 6 ବର୍ଷ ପରେ ବି ଯେଉଁ ଶିକ୍ଷା ସହାୟକ ମାନଙ୍କୁ ସରକାର ନିୟମିତ କରିନାହାଁନ୍ତି ସେମାନଙ୍କୁ ନିୟମିତ କରିବାକୁ ଦାବି। ନହେଲେ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇପାରିବ ନାହିଁ ବୋଲି କହିଥିଲେ ବିରୋଧୀ ଦଳ ନେତା ପ୍ରଦୀପ ନାୟକ ।

ସେପଟେ ମନ୍ଦିର ଖୋଲିବା ପ୍ରସଂଙ୍ଗକୁ ନେଇ କଂଗ୍ରେସ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛି । କଂଗ୍ରେସ ନେତା ତାରାପ୍ରସାଦ ବିହୀନ ପତି ଓ ବିଜେପି ନେତା ମୋହନ ଚରଣ ମାଝି ମଧ୍ୟ ମନ୍ଦିର ଖୋଲିବା ସପକ୍ଷରେ ଯୁକ୍ତି ବାଢିଛନ୍ତି । କେବଳ ମନ୍ଦିର ନୁହେଁ ଅନ୍ୟ ଧାର୍ମିକ ସ୍ଥଳୀ ଖୋଲିବା ପାଇଁ ଦାବି ଉଠିଛି । ଏନେଇ ବାଚସ୍ପତି ରୁଲିଂ ଦିଅନ୍ତୁ ଏବଂ ବିଭାଗୀୟ ମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ ବୋଲି ତାରାପ୍ରସାଦ ବାହିନୀପତି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+