For Quick Alerts
Turn On Notification  
For Daily Alerts
Oneindia App Download

ବିଧାନସଭା ପ୍ରଥମ ଦିନ: ଆରମ୍ଭରୁ ଅର୍ଚ୍ଚନା ପ୍ରସଙ୍ଗରେ କମ୍ପିଲା ଗୃହ, ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ୍‌

ଆଜିଠାରୁ ଆରମ୍ଭ ହୋଇ ଯାଇଛି ବିଧାନସଭା ଶୀତ ଅଧିବେଶନ । ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆରମ୍ଭ ହୋଇଥିଲା ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନ। ଗୃହକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

|

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇ ଯାଇଛି ବିଧାନସଭା ଶୀତ ଅଧିବେଶନ । ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆରମ୍ଭ ହୋଇଥିଲା ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନ। ଗୃହକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Odisha Assembly

୫ଟା ଯାଏଁ ମୁଲତବୀ

ତେବେ ପ୍ରଥମ ଦିନରେ ଦିବଙ୍ଗୀତ ବିଧାୟକଙ୍କ ପ୍ରତି ଶୋକ ପ୍ରସ୍ତାବ ଆଗତ କରିଥିଲେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ । ଶୋକ ପ୍ରସ୍ତାବକୁ ସମର୍ଥନ କରି ଅମର ଆତ୍ମାର ସଦଗତି କାମନା କରି ୧ ମିନିଟ ନୀରବ ପ୍ରାର୍ଥନା କରିଥିଲେ ସବୁ ଦଳ । ପରେ ଗୃହକୁ ୫ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା ।

ଅର୍ଚ୍ଚନା ପ୍ରସଙ୍ଗରେ କମ୍ପିଲା ଗୃହ

ତେବେ ସନ୍ଧ୍ୟା ୫ଟାରେ ଗୃହ ଆରମ୍ଭ ହେବା ମାତ୍ରେ ଅର୍ଚ୍ଚନା ନାଗ ପ୍ରସଙ୍ଗରେ କମ୍ପିଥିଲା ବିଧାନସଭା । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ଗୃହର ମଧ୍ୟ ଭାଗରେ ପହଞ୍ଚି କରିଥିଲେ ହଙ୍ଗାମା । ପୋଲିସ ତଦନ୍ତ ଉପର ପ୍ରଶ୍ନ ଉଠାଇ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ କଂଗ୍ରେସ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଘଟଣାରେ ଶାସକ ଦଳର ନେତା, ମନ୍ତ୍ରୀ ସାମିଲ ଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଦାବି କରିଥିଲେ ବିରୋଧୀ ଦଳ ମୁଖ୍ୟ ସେଚେତକ ମୋହନ ମାଝି । ପ୍ରସଙ୍ଗକୁ ନେଇ ବାଚସ୍ପତିଙ୍କ ପୋଡ଼ିଅମ ତଳେ ନାରାବାଜି କରିବା ସହ ହଟ୍ଟଗୋଳ କରିଥିଲେ ବିରୋଧୀ ସଭ୍ୟ ।

ପଦ୍ମପୁର ପାଇଁ ଖାଲି ପଡିଲା ଆସନ

ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହରେ ଖାଲି ପଡ଼ିଥିଲା ଅଧିକାଂଶ ସଦସ୍ୟଙ୍କ ଆସନ। ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ବିରୋଧୀ । ସେପଟେ ବିଧାୟକ ଦଳ ବୈଠକରେ ନିଜ ଦଳର ସଦସ୍ୟଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଉପନିର୍ବାଚନ ସମୟ ଥିଲେ ବି ନିଜେ ଆସି ଗୃହରେ ଭାଗ ନେଇ ନିଜ ଅଂଚଳର ମୁଦ୍ଦା ଉଠାଇବାକୁ ପରାମର୍ଶ ଦେଇଥିଲେ । ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହି ପଶ୍ନର ଉତ୍ତର ରଖିବାକୁ କୁହାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତର ମାଗିଲେ ସୂରଜ ସୂର୍ଯ୍ୟବଂଶୀ

ବିଧାନସଭାର ପ୍ରଥମ ଦିନରେ ସୂରଜ ସୂର୍ଯ୍ୟବଂଶୀଙ୍କ ପ୍ରଶ୍ନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଅଣତାରକା ପ୍ରଶ୍ନରେ ସୂର୍ଯ୍ୟବଂଶୀ ପଚାରିଥିଲେ, ମୁଖ୍ୟମନ୍ତ୍ରୀ ରାଜ୍ୟର ଅନେକ ନିର୍ବାଚନମଣ୍ଡଳୀକୁ ନିଜର ବୋଲି କହୁଛନ୍ତି । କିନ୍ତୁ ତାର କଣ ବିକାଶ ହୋଇଛି । ଏହାର ଉତ୍ତର ପାଇଁ ୨୮ ତାରିଖକୁ ସମୟ ଧାର୍ଯ୍ୟ କରାଯାଇଛି । ରାଜ୍ୟବାସୀଙ୍କ ତରଫରୁ ସେ ଉତ୍ତରକୁ ଅପେକ୍ଷା କରିଛନ୍ତି । ଏହି ପ୍ରସଙ୍ଗରେ କଂଗ୍ରେସ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛି । ତେବେ ବିଜେଡି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ବିଜେପିକୁ ଘେରିବା ପାଇଁ ପାଲଟା ରଣନୀତି କରିଛି ।

ଆସିଲା ଅତିରିକ୍ତ ବଜେଟ୍

ଅଧିବେଶନର ପ୍ରଥମ ଦିନରେ ଗୃହରେ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଛନ୍ତି ସରକାର । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଥିଲେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ । ତେବେ ଏହାକୁ ନେଇ ଅସନ୍ତୋଷ ଜାହିର କରିଥିଲେ ବିରୋଧୀ ।

ତେବେ ଶୀତ ଅଧିବେଶନ ଡିସେମ୍ବର ୩୧ ଯାଏଁ ଚାଲିବ । ଅର୍ଚ୍ଚନା ନାଗ ମାମଲା ଗୃହକୁ ଉଷ୍ମ କରିଥିବାବେଳେ ଚାଷୀ ପ୍ରସଙ୍ଗ ଆଗକୁ ଆହୁରି ସରଗରମ କରିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Assembly, Winter Session Day 1 Highlights
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X