ଦ୍ୱିତୀୟ ଦିନରେ ବି ଚାଲି ପାରିଲାନି ବିଧାନସଭା: ଆରମ୍ଭରୁ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବି
ଦ୍ୱିତୀୟ ଦିନରେ ବି ଚାଲିପାରିଲାନି ବିଧାନସଭା । ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ବିଧାନସଭାରେ ବିରୋଧୀଙ୍କ ଜୋରଦାର ହଟ୍ଟଗୋଳ ଓ ନାରାବାଜୀ ଦେଖିବାକୁ ମିଳିଛି ।
ଭୁବନେଶ୍ୱର: ଦ୍ୱିତୀୟ ଦିନରେ ବି ଚାଲିପାରିଲାନି ବିଧାନସଭା । ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ବିଧାନସଭାରେ ବିରୋଧୀଙ୍କ ଜୋରଦାର ହଟ୍ଟଗୋଳ ଓ ନାରାବାଜୀ ଦେଖିବାକୁ ମିଳିଛି । ମମିତା ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ହାତରେ ପ୍ଲା-କାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ୍ ଆଗକୁ ଚାଲିଯାଇଥିଲେ । ଗୃହ ମଧ୍ୟଭାଗରେ ବିରୋଧୀ ଜୋରଦାର ହଙ୍ଗାମା କରିବରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଲେ ବାଚସ୍ପତି ।

ଗୃହ ମୁଲତବି ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ବାଚସ୍ପତି କାହିଁକି ଗୃହକୁ ୪ଟା ଯାଏଁ ମୁଲତବି ରଖିଲେ ବୁଝାପଡୁନି । ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆମେ ମୁଲତବି ନୋଟିସ୍ ଆଣିଥିଲୁ । ଆଲୋଚନା ନ କରିବା ପାଇଁ ବାଚସ୍ପତି ୪ଟା ଯାଏଁ ଗୃହ ମୁଲତବି ରଖିଛନ୍ତି। ସରକାରଙ୍କ ଚାପରେ ବାଚସ୍ପତି ଏଭଳି ନିଷ୍ପତ୍ତି ନେଇଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ସହ ସିବିଆଇ ତଦନ୍ତ ପାଇଁ ଦାବି କରୁଛୁ।

ଅପରପକ୍ଷେ, ଗ୍ୟାସ ଦର ବୃଦ୍ଧି ଓ ଦରଦାମ ବୃଦ୍ଧି ପ୍ରତିବାଦରେ ବିଧାନସଭା ବାହାରେ ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ । ଗାନ୍ଧୀ ପ୍ରତିମୂର୍ତି ତଳେ ଧାରଣା ଦେଇଛନ୍ତି । ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି ବିଜେଡି । ଦରଦାମ ନକମିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଦଳ ଚେତାବନୀ ଦେଇଛି ।
ଏହାବାଦ ତୈଳ ଦର ବୃଦ୍ଧି ପ୍ରତିବାଦରେ ପାଓ୍ୱାର ହାଉସ୍ ଛକରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି। ପାଓ୍ୱାର ହାଉସ୍ ଛକରେ ଶତାଧିକ ଛାତ୍ର ଓ ଯୁବ ବିଜେଡି କର୍ମୀ ଧାରଣାରେ ବସିଛନ୍ତି । ତୁରନ୍ତ ଦର ନ କମାଇଲେ ଆନ୍ଦୋଳନ ଜୋରଦାର ପାଇଁ ଚେତାବନୀ ଦିଆଯାଇଛି।

ଏନେଇ ବିଜେଡି ନେତା ପ୍ରତାପ ଦେବ କହିଛନ୍ତି, ବିରୋଧୀ କେବଳ ମମିତା ପ୍ରସଙ୍ଗକୁ ଧରି ଗୃହକୁ ଅଚଳ କରାଉଛନ୍ତି। ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା ଚାହୁଁ ନାହାନ୍ତି। ଜନସାଧାରଣଙ୍କ ପ୍ରକୃତ ସମସ୍ୟାକୁ ଏଡ଼ାଇ ଯାଉଛନ୍ତି। ଏହାଦ୍ୱାରା ସେମାନଙ୍କ ଉପରେ ଚାପ ପଡ଼ିବ । ଏହା ବିଜେପି ଓ କଂଗ୍ରେସର ସୁଚିନ୍ତିତ ଋଣନୀତି। ମୁଖ୍ୟ ପ୍ରସଙ୍ଗକୁ ସେମାନେ ଏଡ଼ାଇ ଯିବାକୁ ଚାହୁଁଛନ୍ତି।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ଉପଭୋକ୍ତାମାନଙ୍କ ପାଇଁ ହେଲ୍ପଲାଇନ୍ ନମ୍ୱର ଜାରି କଲେ ଗ୍ୟାସ୍ କମ୍ପାନୀ -
ପୁଣି ଖସିଲା ସୁନା-ରୂପା ରେଟ୍ -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
'ଭାରତର DNAରେ ବିଜୟ ରହିଛି, ପାକିସ୍ତାନ ଉପରେ ରାଗି ଗଲେ ପୂର୍ବତନ ଖେଳାଳି -
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ? -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ












Click it and Unblock the Notifications