ଶୀତକାଳୀନ ଅଧିବେଶନ ପୂର୍ବରୁ ୨୫ରେ ବସିବ ସର୍ବଦଳୀୟ ବୈଠକ
Bhubaneswar New: ୨୫ରେ ବସିବ ସର୍ବଦଳୀୟ ବୈଠକ । ଶୀତକାଳୀନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିବା ପାଇଁ ଯାଉଛି । ଅଧିବେଶନ ଯେପରି ସୁରୁଖୁରରେ ଚାଲିବ, ସେ ନେଇ ସବୁ ଦଳଙ୍କ ମଧ୍ୟରେ ହବେ ଆଲୋଚନା । ଏନେଇ ଆଜି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଅନୁସାରେ, ଆସନ୍ତା ୨୫ ତାରିଖରେ ବାତସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ । ସେହିପରି ୨୬ରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହେବ ଯାହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଅତିରିକ୍ତ ବଜେଟ୍ ବିଷୟରେ ଆଲୋଚନା ହେବ । ଏଥର ଲୋକଙ୍କ ହିତରେ ବିଭିନ୍ନ ବଜେଟ୍ ପାରିତ ହେବ ।












Click it and Unblock the Notifications