ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ଆସନ୍ତାକାଲି ଯାଏଁ ଗୃହ ମୁଲତବୀ
ଅପରାହ୍ନରେ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପିତ କରୁଥିବାବେଳେ ବିରୋଧୀମାନେ ମନ୍ତ୍ରୀଙ୍କ ଆଗରେ ହୋହଲ୍ଲା କରିଛନ୍ତି । ଏହାପରେ ବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।
ଭୁବନେଶ୍ୱର: ପୁଣି ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା । ବାଚସ୍ପତିଙ୍କ ଉପରକୁ ପ୍ଲାକାର୍ଡ ଫିଙ୍ଗିଲେ ବିରୋଧୀ । ଅପରାହ୍ନରେ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପିତ କରୁଥିବାବେଳେ ବିରୋଧୀମାନେ ମନ୍ତ୍ରୀଙ୍କ ଆଗରେ ହୋହଲ୍ଲା କରିଛନ୍ତି । ଏହାପରେ ବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

ଅନ୍ୟପଟେ ବିଧାନସଭାରେ ପଶିଛି କରୋନା । ବିଧାନସଭା ସଚିବ ଓ ଅନ୍ୟଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ଆଣ୍ଟିଜେନ ଟେଷ୍ଟ କରାଯିବ । ବାଚସ୍ପତି, ସଂସଦୀୟ ବ୍ୟାପାର ମନ୍ତ୍ରୀ, କଂଗ୍ରେସ ବିଧାୟକ ଦଳ ନେତାଙ୍କ ସମେତ ୬ ଜଣଙ୍କର ଆଜି ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ଏମାନଙ୍କ ରିପୋର୍ଟ ନେଗେଟିଭ ଆସିଛି । ଆଗକୁ ସମସ୍ତ ବିଧାୟକଙ୍କୁ ବୁଷ୍ଟର ଡୋଜ୍ ଦେବା ପାଇଁ ଆରଏମଆରସି ସହ ଆଲୋଚନା କରାଯିବ । ଏହାସହ ଗୃହ ସ୍ୱଭାବିକ ଭାବେ ଚାଲିବା ପାଇଁ ଆଲୋଚନା ଜାରି ରହିଥିବା ବାଚସ୍ପତି କହିଛନ୍ତି ।
ସେପଟେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଧାୟକଙ୍କୁ ବୁଷ୍ଟର ଡ଼ୋଜ ଦେବା ପାଇଁ ଚାଲିଛି ଯୋଜନା । ସମସ୍ତ ବିଧାୟକ ମାନଙ୍କୁ ବୁଷ୍ଟର ଡ଼ୋଜ ଦେବା ପାଇଁ ଆରଏମଆସି ନିର୍ଦ୍ଦେଶିକାଙ୍କ ସହ ଫୋନ ଯୋଗେ ବାଚସ୍ପତି ଆଲୋଚନା କରିଥିବା ସୂଚନା ଦେଇଛନ୍ତି ।












Click it and Unblock the Notifications