Get Updates
Get notified of breaking news, exclusive insights, and must-see stories!

ଆଜି ବି ଚାଲି ପାରିଲାନି ବିଧାନସଭା, ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ

ବିଧାନସଭା ଶୀତ ଅଧିବେଶନର ଆଜି (ଶନିବାର) ଥିଲା ଚତୁର୍ଥ ଦିନ । ଚତୁର୍ଥ ଦିନରେ ମଧ୍ୟ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ଚାଲି ପାରିଲା ନାହିଁ ଗୃହକାର୍ଯ୍ୟ ।

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ଆଜି (ଶନିବାର) ଥିଲା ଚତୁର୍ଥ ଦିନ । ଚତୁର୍ଥ ଦିନରେ ମଧ୍ୟ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ଚାଲି ପାରିଲା ନାହିଁ ଗୃହକାର୍ଯ୍ୟ । ମମିତା ମେହେର ହତ୍ୟା ମାମଲାକୁ ନେଇ ମନ୍ତ୍ରୀଙ୍କ ବହିସ୍କାର ଦାବି କରୁଛନ୍ତି ବିରୋଧୀ । ଏହାରି ମଧ୍ୟରେ ଅପରାହ୍ଣ ଅଧିବେସନରେ ବିରୋଧୀ ହଟ୍ଟଗୋଳ କରିଛନ୍ତି । ଫଳରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ଗୃହକୁ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି ।

Odisha Assembly

ଅନ୍ୟପଟେ ଆଜି ଗୃହ ଭିତରେ ଦେଖିବାକୁ ମିଳିଥିଲା ରୋଚକ ଚିତ୍ର । ପୂରୋହିତ ବେଶରେ ଆସି ବିଧାୟକ ତାରା ବାହିନୀପତି, ଗଙ୍ଗାଜଳ ଛିଞ୍ଚି, ଗୃହକୁ ପବିତ୍ର କରିବାକୁ ଚେଷ୍ଟା କରିଥିଲେ । ବିଧାନସଭା ଗୃହ ମଧ୍ୟରେ ବାଚସ୍ପତିଙ୍କ ପୋଡିୟମକୁ ପବିତ୍ର କରିବାକୁ ସିଞ୍ଚନ କରିଥିଲେ ପବିତ୍ର ତୁଳସୀ ଓ ଗଙ୍ଗାଜଳ । ଆଉ ଘଣ୍ଟ ବଜାଇ ଏହାକୁ ସମର୍ଥନ କରିଥିଲେ ଅନ୍ୟ କଂଗ୍ରେସ ବିଧାୟକ ।

ମମିତା ମେହେର ହତ୍ୟାକାଣ୍ଡ ଘଟଣା ପରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦେବା ବଦଳରେ ଗୃହକାର୍ଯ୍ୟରେ ଯୋଗ ଦେବା ଯୋଗୁ ପବିତ୍ର ବିଧାନସଭା ଅପବିତ୍ର ହୋଇଥିବା କହି କଂଗ୍ରେସ କରିଛି ପ୍ରତିବାଦ । ପୂର୍ବରୁ ଗୋବର ପାଣି ଛିଞ୍ଚି ବିଧାନସଭାକୁ ପବିତ୍ର କରିବାକୁ ଉଦ୍ୟମ କରିଥିବା ବିଜେପି ମଧ୍ୟ ଗୃହ ବାହାରେ ଦିବ୍ୟଶଙ୍କରଙ୍କ ବିରୋଧରେ କରିଛି ଜୋରଦାର ବିରୋଧ । ଏପଟେ ବିରୋଧୀଙ୍କ ପ୍ରତିବାଦକୁ କେବଳ ଡ୍ରାମା ବୋଲି କହିଛି ବିଜେଡି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+