ବିଧାନସଭା 2ୟ ଦିନରେ ଆରମ୍ଭରୁ ଗର୍ଜିଲେ ବିରୋଧୀ

ପୁରୀ ହାଜତ ମୃତ୍ୟୁ ମାମଲା, ସ୍କୁଲ ବନ୍ଦ ରହିବା ପ୍ରସଙ୍ଗରେ ଗର୍ଜିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।

ଭୁବନେଶ୍ବର: ଆଜି ଶୀତ ଅଧିବେସନର 2ୟ ଦିନ ଆରମ୍ଭକୁ ଗର୍ଜନ କରିଛନ୍ତି ବିରୋଧୀ । ପୁରୀ ହାଜତ ମୃତ୍ୟୁ ମାମଲା, ସ୍କୁଲ ବନ୍ଦ ରହିବା ପ୍ରସଙ୍ଗରେ ଗର୍ଜିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ତେବେ 15 ମିନିଟି ପାଇଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଆଜି ଦିନ ଆରମ୍ଭରୁ ବିଧାନସଭାରେ ଉଠିଛି କମ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ପ୍ରସଙ୍ଗ । ନିଷ୍ପତ୍ତିକୁ କଂଗ୍ରେସ କରିଛି ବିରୋଧ । ବ୍ରିଟିଶ ରାଜ ଚାଲିଛି କହି ସମାଲୋଚନା କଲେ ବିଧାୟକ ତାରା ବାହାନୀପତି । ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦେଇ କହିଛନ୍ତି ଆସନ୍ତା 2 ଦିନ ମଧ୍ୟରେ ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ ।

ବିଧାନସଭା

ସେପଟେ ହାଜତ ମୃତ୍ୟୁ ମାମଲାକୁ ନେଇ ଗର୍ଜିଲେ ନରସିଂହ । କହିଲେ ସରକାର ହାଥରସ ଘଟଣାରୁ ହୋଇଛନ୍ତି ଅନୁପ୍ରାଣିତ । ଆଇନ ଶଙ୍ଖଳା ନାହିଁ ଚାଲିଛି ଜଙ୍ଗଲରାଜ । ପୋଲିସ ସରକାର ସମସ୍ତେ ଚୁପ । ହାଜତ ମୃତ୍ୟୁ ମାମଲରେ ସରକାର ହାଥରସ ଘଟଣାରୁ ଅନୁପ୍ରାଣିତ ହୋଇଥିବା କହିଲେ ନରସିଂହ ମିଶ୍ର । ସେହପରି ଶୀତ ଅଧିବେଶନର ଦ୍ବିତୀୟ ଦିନରେ ପାଟଣାଗଡ ଓ କଳାହାଣ୍ଡି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ ବିରୋଧୀଦଳ ନେତା । ଗୃହର ସମସ୍ତ କାର୍ଯ୍ୟ ବାତିଲ କରି ମୋସନ ଜରିଆରେ ଆଲୋଚନା କରିବାକୁ ଦାବି କରିଛନ୍ତି ବିରୋଧି।

ତେବେ ଆଜି ଦ୍ବିତୀୟ ଦିନ ସକାଳ ସାଢେ ଦଶଟା ଗୃହକାର୍ଯ୍ୟ ଆରମ୍ଭ ହୋଇଛି ଗୃହକାର୍ଯ୍ୟ । ଦିନ 1ଟା ପର୍ଯ୍ୟନ୍ତ ଚାଲିବ । ଏହା ପରେ ଅପରାହ୍ନ 3 ଟାରୁ 5 ଟା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ କରାଯିବ ଆଲୋଚନା । ଆଜି 4 ଟି ଗୁରୁତ୍ବପୂର୍ଣ୍ଣ ବିଲ ଉପସ୍ଥାପନା କରିବେ ସରକାର । ଲୋକାୟୁକ୍ତ ସଂଶୋଧନ ବିଲ, ଜରୁରୀ ଦ୍ରବ୍ୟ ସେବା ସଂଶୋଧନ ବିଲ ଭଳି ଆଉ କିଛି ବିଲ ଆଣିବେ ସରକାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+