Odisha Assembly: କେବେ ହେବ ବିଧାନସଭା ଅଧିବେଶନ ?
ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ନେଇ ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ସରକାର ଠିକ ସମୟରେ ଠିକ ନିଷ୍ପତ୍ତି ନେବେ ବୋଲି କହିଛି ଶାସକ ଦଳ ।
ସେପଟେ ଅଧିବେଶନ ବସିବା ନେଇ ବିଳମ୍ବ ହୋଇନଥିବାବେଳେ ବିରୋଧୀଙ୍କ ହାତରେ ଅନେକ ପ୍ରସଙ୍ଗ ଥିବାରୁ ସରକାର ସତର୍କତା ଅବଲମ୍ବନ କରୁଥିବା ବିଶେଷଜ୍ଞ କହିଛନ୍ତି ।

ବିଧି ବ୍ୟବସ୍ଥା ଅନୁଯାୟୀ ପ୍ରତିବର୍ଷ ବାଚସ୍ପତି ସମ୍ମିଳନୀ ହୁଏ । ଏହି ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଏ । ଏଥିରେ କେଉଁ ବିଧାନସଭା କେତେ ଦିନ ବସିବ ବୋଲି ନିଷ୍ପତ୍ତି ହୋଇଥାଏ । ବଡ଼ ବିଧାନସଭା ଅନ୍ତତଃ 60 ଦିନ ବସିବ ।
ଓଡିଶା ବିଧାନସଭା ବଡ଼ ବିଧାନସଭା ଶ୍ରେଣୀରେ ଅନ୍ତର୍ଭୁକ୍ତ ଅଟେ । କାରଣ 100ରୁ ଉର୍ଦ୍ଧ୍ଵ ଆସନ ବିଶିଷ୍ଟ ବିଧାନସଭା ବଡ଼ ବିଧାନସଭା ପର୍ଯ୍ୟାୟ ଭୁକ୍ତ । ବିଧାନସଭା ନିୟମାବଳୀ ଅନୁସାରେ ବର୍ଷକୁ 3 ଟି ଅଧିବେଶନ ବସିବ । ବଜେଟ, ମୌସୁମୀ ଓ ଶୀତକାଳୀନ ଅଧିବେଶନ ବସିବ । ଏହା ଛଡା ଜରୁରୀକାଳୀନ ପରିସ୍ଥିତିରେ ସରକାର ଯେକୌଣସି ସମୟରେ ସ୍ଵତନ୍ତ୍ର ଅଧିବେଶନ ଡାକି ପାରିବେ । ପ୍ରତି ଅଧିବେଶନ ମଧ୍ୟରେ ବ୍ୟବଧାନ 6 ମାସରୁ ଅଧିକ ହୋଇପାରିବ ନାହିଁ ।












Click it and Unblock the Notifications