ଗତ ୫ ବର୍ଷରେ ସଡକ ଦୁର୍ଘଟଣା ନେଇଛି ୪୯୪୭ ଜୀବନ, ଗୃହରେ ଉତ୍ତର ରଖିଲେ ପରିବହନ ମନ୍ତ୍ରୀ

ସଡକ ଦୁର୍ଘଟଣାରେ କେତେ ବ୍ୟକ୍ତିଙ୍କର ଜୀବନ ଯାଇଛି ସେନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ।

ଭୁବନେଶ୍ବର: ସଡକ ଦୁର୍ଘଟଣାରେ କେତେ ବ୍ୟକ୍ତିଙ୍କର ଜୀବନ ଯାଇଛି ସେନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ । ଗତ ୫ ବର୍ଷ ମଧ୍ୟରେ ସଡକ ଦୁର୍ଘଟଣାରେ କେତେ ଜୀବନ ଯାଇଛି, କେଉଁ ବର୍ଷ କେତେ ବ୍ୟକ୍ତିଙ୍କୁ କେତେ ସୋଲାଟିୟମ ଅର୍ଥରାଶି ପ୍ରଦାନ କରାଯାଇଛି , ଏପରିକି ଅଜଣା ଗାଡି ଧକ୍କାରେ କେତେ ବ୍ୟକ୍ତିଙ୍କ ଜୀବନ ଯାଇଛି ସେନେଇ ଗୃହରେ ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ମୋହନ ଚରଣ ମାଝୀ । ଆଉ ବିଭାଗୀୟ ମନ୍ତ୍ରୀ ଯେଉଁ ଲିଖିତ ଉତ୍ତର ରଖିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି ।

Road accident

ଗତ ୫ ବର୍ଷରେ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କରିଛନ୍ତି ୪୯୪୭ ଜଣ । ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ତେବେ ଗତ ପାଞ୍ଚ ବର୍ଷରେ ଦିନକୁ ହାରାହାରି ଚଉଦ ଜୀବନ ଯାଉଛି ବୋଲି ସେ ସୂଚନା ଦେଇଛନ୍ତି । ସେହିଭଳି ସୋଲାସିୟମ ପାଣ୍ଠିର ସୁବିଧା ଗ୍ରହଣ କରିଥିବା ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଇଥିବା ରିପୋର୍ଟରେ ଦର୍ଶାଯାଇଛି । ୨୦୧୯ରେ ୨୯, ୨୦୨୦ରେ ୬୩, ୨୦୨୧ରେ ୧୬୪ ଓ ୨୦୨୨ ଜୁନ୍ ସୁଦ୍ଧା ୧୧୬ ଜଣଙ୍କୁ ସୋଲାସିୟମ ପାଣ୍ଠିର ସୁବିଧା ମିଳିଥିବା କହିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ ।

ଗତ ୫ ବର୍ଷ ମଧ୍ୟରେ ଗାଡି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇଛି । ୨୦୧୭ରେ ୧୦୮୫୫ଟି ଦୁର୍ଘଟଣା ହୋଇଥିବା ବେଳେ ୪୭୯୦ ଜଣ ମୃତ୍ୟୁବରଣ କରିଥିଲେ । ସେହିଭଳି ୨୦୧୮ରେ ୧୧୨୬୨ଟି ଦୁର୍ଘଟଣାରେ ୫୩୧୫ ଜଣ, ୨୦୧୯ରେ ୧୧୦୬୪ଟି ଦୁର୍ଘଟଣାରେ ୫୩୩୩, ୨୦୨୦ରେ ୯୮୧୭ଟି ଦୁର୍ଘଟଣାରେ ୪୭୩୮, ୨୦୨୧ରେ ୧୦୯୮୪ଟି ଦୁର୍ଘଟଣାରେ ୫୦୮୧ ଜଣଙ୍କର ପ୍ରାଣ ଯାଇଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+