Odisha Assembly: ଭୋର ୪ଟା ୨୯ ମିନିଟରେ ପାରିତ ହେଲା ବିଶ୍ୱ ବିଦ୍ୟାଳୟ ସଂଶୋଧିତ ବିଲ୍‌-୨୦୨୪

ଭୋର ୪ଟା ୨୯ ମିନିଟରେ ପାରିତ ହେଲା ବିଶ୍ୱ ବିଦ୍ୟାଳୟ ସଂଶୋଧିତ ବିଲ୍‌ ୨୦୨୪ । ପରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଗତ କରିଥିଲେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍‌ ୨୦୨୪ ।

ବିଧାନସଭା ଇତିହାସରେ ପୁଣି ରେକର୍ଡ । ପ୍ରାୟ ଦୁଇ ଦଶନ୍ଧି ପରେ ଗତକାଲିଠୁ ଆଜି ସକାଳ ଯାଏଁ ରାତିତମାମ ଚାଲିଲା ବିଧାନସଭା ।

ବିଶ୍ୱବିଦ୍ୟାଳୟ ବିଲ୍‌ ନେଇ ବିରୋଧୀ ଏବଂ ଶାସକ ଦଳ ଭିତରେ ହୋଇଥିଲା ଘମାଘୋଟ ଆଲୋଚନା । ଶେଷ ଯାଏଁ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଗୃହରେ ନଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଦୁଇ ମହିଳା ବିଧାୟିକା ଉପାସନା ମହାପାତ୍ର ଏବଂ ସଞ୍ଜଳି ମୁର୍ମୁ ଶେଷ ଯାଏଁ ଗୃହରେ ଉପସ୍ଥିତ ଥିଲେ ।

Odisha Assembly University Amendment Bill-2024 passed at 4 29 am

ସେହିପରି ବିରୋଧୀ ଦଳ ପକ୍ଷରୁ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ଗଣେଶ୍ବର ବେହେରା, ଧ୍ରୁବ ସାହୁ ବିଲ୍‌ ବିରୋଧରେ ବଳିଷ୍ଠ ଯୁକ୍ତି ବଢିଥିଲେ । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ବିରୋଧୀଙ୍କୁ କଡ଼ା କାଉଣ୍ଟର କରିଥିଲେ । ଶାସକ ଦଳର ପ୍ରାୟ ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ଉପସ୍ଥିତ ଥିଲେ । କିନ୍ତୁ ଭୋଟିଂ ହେଉଥିବାରୁ ଉପସ୍ଥିତ ନଥିବା ବିଧାୟକ କାହିଁକି ଆସିନାହାନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ । ଫୋନ୍‌ କରି ଅନୁପସ୍ଥିତ ଥିବା ବିଧାୟକ ମାନଙ୍କୁ ମଧ୍ୟ କାରଣ ପଚାରିଥିଲେ ମୁଖ୍ୟମନ୍ତ୍ରୀ ।

ଗତକାଲି ଅପରାହ୍ଣ ୪ଟାରୁ ଆରମ୍ଭ ହୋଇଥିବା ବିଶ୍ୱବିଦ୍ୟାଳୟ ସଂଶୋଧିତ ବିଲ୍‌ ବିରୋଧୀ ଏବଂ ଶାସକ ଦଳ ଭିତରେ ଏକ ଘମାଘୋଟ ଲଢେଇ ସାମ୍ନାକୁ ଆଣିଥିଲା । ବିଜେଡି ବିଧାୟକ ଅରୁଣ ସାହୁ ୩ ଘଣ୍ଟା ୧୦ ମିନିଟରୁ ଅଧିକ ଏବଂ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦେଢ଼ ଘଣ୍ଟାରୁ ଅଧିକ, ଗଣେଶ୍ବର ବେହେରା ୧ ଘଣ୍ଟାରୁ ଅଧିକ ସମୟ ଧରି ନିଜର ଯୁକ୍ତି ରଖିଥିଲେ । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଘଂଟାଏରୁ ଅଧିକ ସମୟ ଧରି କାଉଣ୍ଟର କରିଥିଲେ । ବିଜେପି ବିଧାୟକମାନେ ମଧ୍ୟ ଆଲୋଚନାରେ ଭାଗ ନେଇ ବିରୋଧୀଙ୍କୁ କଡା କାଉଣ୍ଟର କରିଥିଲେ । ସାଢେ ୧୨ ଘଣ୍ଟା ଧରି ବହୁ ଯୁକ୍ତି ତର୍କ ଏବଂ ଆଲୋଚନା ପରେ ବିଶ୍ୱବିଦ୍ୟାଳୟ ସଂଶୋଧିତ ବିଲ ୨୦୨୪ ବିଧାନସଭାରେ ପାରିତ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+