ଆସନ୍ତା 20ରୁ ବିଧାନସଭାର ଶୀତ ଅଧିବେଶନ : ଆରମ୍ଭ ହେଲା ପ୍ରସ୍ତୁତି, ବାଚସ୍ପତିଙ୍କ ସମେତ ସମସ୍ତଙ୍କର କୋଭିଡ୍ ଟେଷ୍ଟ

କୋଭିଡ୍ କଟକଣା ଭିତରେ ଆସନ୍ତା ନଭେମ୍ବର 20ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ ।

ଭୁବନେଶ୍ୱର : କୋଭିଡ୍ କଟକଣା ଭିତରେ ଆସନ୍ତା ନଭେମ୍ବର 20ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଏହାକୁ ନେଇ ଆଜି ଠାରୁ ବିଧାନସଭା ପରିଶର ମଧ୍ୟରେ ଆରମ୍ଭ ହୋଇଛି କୋଭିଡ୍ ଟେଷ୍ଟ । ପ୍ରଥମେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କୋଭିଡ୍ ଟେଷ୍ଟ ପାଇଁ ସ୍ୱାବ ନମୁନା ଦେଇଛନ୍ତି । ଗତଥର ଭଳି ଏଥର ମଧ୍ୟ ସବୁ ବିଧାୟକ, ମନ୍ତ୍ରୀ, ମନ୍ତ୍ରୀଙ୍କ କର୍ମଚାରୀ, ବିଧାନସଭା କର୍ମଚାରୀ, ପୁଲିସ ଓ ସାମ୍ବାଦିକମାନଙ୍କର କୋଭିଡ୍ ପରୀକ୍ଷା କରାଯିବ । ଏଥିପାଇଁ ସ୍ୱତନ୍ତ୍ର ଭାବରେ ଟେଷ୍ଟିଂ କାଉଣ୍ଟର ଖୋଲାଯାଇଛି । ଆଜି ଠାରୁ ଆରମ୍ଭ ହୋଇଥିବା ଏହି କୋଭିଡ୍ ପରୀକ୍ଷା 19 ତାରିଖ ଯାଏଁ ଚାଲିବ ।

ବିଧାନସଭା ଅଧିବେଶନ

ସେହିପରି ବୟସ୍କ ଓ ଅସୁସ୍ଥ ଅନୁଭବ କରୁଥିବା ମନ୍ତ୍ରୀ କିମ୍ବା ବିଧାୟକମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଜ୍ୟ ଲୋକ ସେବା ଭବନ, ଓକାକ୍ ଟାଓ୍ୱାର କିମ୍ବା ନିଜ ରେସିଡେଣ୍ଟ କାର୍ଯ୍ୟାଳୟରେ ସେମାନେ ରହି ଗୃହ କାର୍ଯ୍ୟରେ ଯୋଗ ଦେଇ ପାରିବେ । ମୌସୁମୀ ଅଧିବେଶନ ଭଳି ଶୀତ ଅଧିବେଶନ ମଧ୍ୟ ଚାଲିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।
ଅପରପକ୍ଷରେ 20 ତାରିଖ ଦିନ ଦୁଇ ନବ ନିର୍ବାଚିତ ବିଧାୟକ ବାଲେଶ୍ୱରର ସ୍ୱରୂପ ଦାସ ଓ ତିର୍ତ୍ତୋଲର ବିଜୟ ଶଙ୍କର ଦାସଙ୍କୁ ଶପଥପାଠ କରାଯିବ । ଗୃହକୁ ଶାନ୍ତିଶୃଙ୍ଖଳାର ସହ ଚଲାଇବା ପାଇଁ ବାଚସ୍ପତି ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଆସନ୍ତା 18ରେ ଏହାକୁ ନେଇ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+