Odisha Assembly: ଚଳିତବର୍ଷ ଲୋକେ ପିଇଛନ୍ତି ୧୫ କୋଟି ୩୫ ଲକ୍ଷ ୭୨ ବଲକ୍ ଲିଟର ବିୟର
ରାଜ୍ୟରେ ଦିନକୁ ଦିନ ମଦ ବିକ୍ରି ଢ଼ି ଚାଲିଛି। ଚଳିତବର୍ଷ ୧୫ କୋଟି ୩୫ ଲକ୍ଷ ୭୨ ବଲକ୍ ଲିଟର ବିୟର ଲୋକେ ପିଇଛନ୍ତି । ଆଜି ବିଧାନସଭାରେ ଏନେଇ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପ୍ରଶ୍ନ କରିଥିଏଲ ।
ଆଜି ବିଧାନସଭାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରଶ୍ନର ଉତ୍ତର ରଖି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଗତ ୧୦ ବର୍ଷରେ ରାଜ୍ୟରେ ଏବେ ୧୦୭୩ଟି ଠିପି ବନ୍ଦ ଓ ୭୬୨ଟି ଠିପିଖୋଲା ମଦ ଦୋକାନ ରହିଛି । ସେହିପରି ୪୮୨ଟି ଦେଶୀ ମଦ ଦୋକାନରେ ମହୁଲି ମଦ ବିକ୍ରି ହେଉଛି । ପ୍ରତିବର୍ଷ ମଦ ବିକ୍ରି ବଢି ବଢି ଚାଲିଛି ଓ ୨୦୨୩-୨୪ ମସିହାରେ ଅବକାରୀ ରାଜସ୍ୱ ଆୟ ୭ ହଜାର ୨୧୬ କୋଟି ୯୯ ଲକ୍ଷରେ ପହଞ୍ଚିଛି ।

୨୦୨୨-୨୩ରେ ୫ କୋଟି ୮୩ ଲକ୍ଷ ୪୪ ହଜାର ଏଲପି ଲିଟର ବିଦେଶୀ ମଦ ବିକ୍ରି ହୋଇଥିବା ବେଳେ, ୨୦୨୩-୨୪ରେ ୫ କୋଟି ୮୮ ଲକ୍ଷ ୮୫ ହଜାର ଏଲପି ଲିଟର ବିକ୍ରି ହୋଇଛି । ସେହିପରି ୨୦୨୨-୨୩ରେ ୧୨କୋଟି ୯ ଲକ୍ଷ ୬୭ ହଜାର ବଲ୍କ ଲିଟର ବିୟର ବିକ୍ରି ହୋଇଥିବା ବେଳେ ୨୦୨୩-୨୪ରେ ଏହା ବଢ଼ି ୧୫ କୋଟି ୩୫ ଲକ୍ଷ ୭୨ ହଜାର ବଲକ ଲିଟରରେ ପହଞ୍ଚିଛି ।୨୦୨୨-୨୩ରେ ୮୪ ଲକ୍ଷ ୩୭ ହଜାର ଲିଟର ଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ରେ ୯୮ ଲକ୍ଷ ୪୩ ହଜାର ଲିଟର ଦେଶୀ ମଦ ବିକ୍ରି ହୋଇଛି।
ସେହିପରି ପୂର୍ବତନ ଅବକାରୀ କମିଶନରଙ୍କ ସୂଚନା ଅନୁସାରେ ଓଡ଼ିଶା ଭଳି ଏକ ଗରିବ ରାଜ୍ୟରେ ୩୨ ପ୍ରତିଶତ ଲୋକ ମଦ୍ୟପାନରେ ଅଭ୍ୟସ୍ତ। ଯାହାଙ୍କ ଭିତରେ ୫ ପ୍ରତିଶତ ମହିଳା ଅଛନ୍ତି। ଏହା ଏକ ଉଦବେଗର ବିଷୟ, ସରକାର ଆଉ ଅଧିକ ମଦଦୋକାନ ନଖୋଲି ଡିମାଣ୍ଡ ହ୍ରାସ ଦିଗରେ ଦୃଷ୍ଟି ଦେବା ଦରକାର।
ବିଧାୟକ ସନାତନ ମହାକୁଡ଼ କାଚ ମଦ ବୋତଲର ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ସନାତନ କହିଛନ୍ତି, କାଚ ବୋତଲରେ ମଦ ବିକ୍ରି ଯୋଗୁ ଲୋକେ ବ୍ୟବହାର ପରେ ଏହାକୁ ଏଣେ ତେଣେ ଫିଙ୍ଗୁଛନ୍ତି। ଯାହାଦ୍ୱାରା ପରିବେଶ ନଷ୍ଟ ହେବା ସହ ଅକାରଣରେ ମଣିଷ ଓ ପ୍ରାଣୀ ଆହତ ହେଉଛନ୍ତି।












Click it and Unblock the Notifications