Odisha Assembly: ୪ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି
ବିଧାନସଭାରେ ହଟ୍ଟଗୋଳ ଯୋଗୁଁ ଗୃହକୁ ପୁଣି ମୁଲତବି। ୪ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି। ଗୃହର ମଧ୍ୟଭାଗରେ ବିଜେଡିର ପ୍ରବଳ ହଟ୍ଟଗୋଳ।

ରାଜ୍ୟ ସରକାର ଓଡ଼ିଆ ଅସ୍ମିତାକୁ ପୁନର୍ଜୀବିତ କରିବାକୁ ବିଭିନ୍ନ କାମ କରୁଛନ୍ତି। ଚାଷୀଙ୍କ ପାଇଁ 'ଏମ୍ଏସ୍ପି' ୮ଶହ ଟଙ୍କାକୁ ବଢ଼ାଇବା ସହ ବୋନସ ଦେଉଛନ୍ତି, ଯାହା ରାଜ୍ୟର ଚାଷୀଙ୍କୁ ଆର୍ଥିକ ଭାବେ ସଶକ୍ତ କରୁଛି। ସେହିପରି ୧.୩୬ ଲକ୍ଷ ପଞ୍ଜୀକୃତ କୃଷକଙ୍କ ପାଇଁ କୃଷିବୀମା କରାଯାଇଛି। ସ୍ବାଭିମାନ ଅଞ୍ଚଳରେ 'ବଳଭଦ୍ର ଜୈବିକ ଚାଷ ମିଶନ' ଆରମ୍ଭ କରାଯାଇଛି।
ଭିନ୍ନକ୍ଷମ ସଶକ୍ତୀକରଣ ଦିଗରେ ମଧ୍ୟ ସରକାର ପ୍ରଭାବୀ ଭାବେ କାମ କରୁଛନ୍ତି। ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ବିଲିୟନ ଡଲାର ଅର୍ଥନୀତି ସହିତ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ରଖାଯାଇଛି। ଭିଜନ ୨୦୩୬ ପାଇଁ ସରକାରଙ୍କୁ ୩ ଲକ୍ଷରୁ ଅଧିକ ପ୍ରସ୍ତାବ ମିଳିଛି। ବିକଶିତ ଭାରତ ୨୦୪୭ ପାଇଁ ଭାରତର ଅର୍ଥନୀତିକୁ ଓଡ଼ିଶାର ୧.୫ ଟ୍ରିଲିୟନ ଡଲାର ଯୋଗଦାନର ଆଭିମୁଖ୍ୟ ରଖାଯାଇଛି। ରାଜ୍ୟରେ ନୂଆ ଶିକ୍ଷାନୀତି ଲାଗୁ କରାଯାଇଛି। ସେହିପରି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ସରକାର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ କରି ୬୭୯୪ଟି ପ୍ରାଥମିକ ବିଦ୍ୟାଳୟକୁ ବହୁବିଧ ବିଷୟିକ ଶିକ୍ଷା, ଭିତ୍ତିଭୂମି ଉନ୍ନତି, ସାମାଜିକ-ଭାବନାତ୍ମକ ଶିକ୍ଷା, ଜୀବନ କୌଶଳ ଶିକ୍ଷା ଏବଂ ସମାନ ଶିକ୍ଷା ପରିବେଶ ସହିତ ଏକ ସାମଗ୍ରିକ ଶିକ୍ଷା କେନ୍ଦ୍ରରେ ବିକଶିତ କରିବାକୁ ଯାଉଛନ୍ତି। 'ପଞ୍ଚସଖା ଶିକ୍ଷା ସେତୁ' ମାଧ୍ୟମରେ ସରକାର ଶିକ୍ଷାଦାନ ଓ ଶିକ୍ଷାଦାନ ପଦ୍ଧତିର ରୂପାନ୍ତରଣକୁ ସମର୍ଥନ କରିବା ସହିତ ସମସ୍ତ ଅଂଶୀଦାରଙ୍କୁ ସାମିଲ କରି ବିଦ୍ୟାଳୟ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ଉନ୍ନତ ପରିବେଶ ସୃଷ୍ଟି କରୁଛନ୍ତି। ୨୦୨୬ ସୁଦ୍ଧା କାର୍ଯ୍ୟକ୍ଷମ ଘରୋଇ ନଳ ସଂଯୋଗ (ଏଫ୍ଏଚ୍ଟିସି) ମାଧ୍ୟମରେ ସମସ୍ତ ଗ୍ରାମୀଣ ପରିବାରକୁ ସୁରକ୍ଷିତ ଏବଂ ସ୍ଥାୟୀ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ଆବଶ୍ୟକ ପ୍ରୟାସ କରାଯାଉଛି।
ରାଜ୍ୟର ସମସ୍ତ ୧୧୫ଟି ସହରରେ ଘରୋଇ ପାଇପ୍ ସଂଯୋଗ ସମ୍ପୂର୍ଣ୍ଣ କରିବା ସହିତ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରହିଛି। ସରକାର ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ ପାଇଁ ୧୨.୮୯ ଲକ୍ଷ କୋଟି ଟଙ୍କାର ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି। ଏହାସହିତ ୩.୮୪ ଲକ୍ଷ କୋଟି ନିବେଶ ଏବଂ ୩.୯୨ଲକ୍ଷ ନିଯୁକ୍ତି ସମ୍ଭାବନା ସହିତ ୪୪୮ ନିବେଶ ଉଦ୍ଦେଶ୍ୟ ଫର୍ମ ଗ୍ରହଣ କରାଯାଇଥିବା ରାଜ୍ୟପାଳ କହିଛନ୍ତି। ଉଚ୍ଚଶିକ୍ଷାରେ ଉତ୍କର୍ଷତା ପାଇଁ ରୋଡ୍ମ୍ୟାପ ପ୍ରସ୍ତୁତ କରାଯାଉଛି। ଗୁରୁତ୍ୱପୂର୍ଣ କ୍ଷେତ୍ରରେ ଉନ୍ନତ ଶିକ୍ଷା, ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ବିଶ୍ବବିଦ୍ୟାଳୟଗୁଡ଼ିକରେ ଅନୂ୍ୟନ ୫ଟି ନୂତନ ଉତ୍କର୍ଷ କେନ୍ଦ୍ର ଖୋଲାଯିବ। ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଦିବ୍ୟାଙ୍ଗ ଅନୁକୂଳ ବାତାବରଣ ସୃଷ୍ଟି କରାଯିବ। ଏନ୍ଇପି-୨୦୨୦ ଅନୁଯାୟୀ ୪ଟି ବିଶ୍ବବିଦ୍ୟାଳୟକୁ 'ମେରୁ' (ମଲ୍ଟିଡିସିପ୍ଲିନାରୀ ଏଜୁକେଶନ ଆଣ୍ଡ୍ ରିସର୍ଚ୍ଚ ୟୁନିଭର୍ସିଟି)କୁ ଉନ୍ନୀତ କରାଯିବ। ସ୍ନାତକୋତ୍ତର ସିଟ୍ ସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି କରାଯିବ ବୋଲି ରାଜ୍ୟପାଳ ବିଧାନସଭାରେ ବିବୃତି ରଖିଥିଲେ ।












Click it and Unblock the Notifications