Odisha Assembly: ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁର ବିଲ୍

ଆଜି ବିଧାନସଭାରେ ବ୍ୟୟ ମଞ୍ଜୁର ବିଲ୍ ପାରିତ ହେବ । ପ୍ରଶ୍ନ କାଳରେ ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଶିଳ୍ପ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ଶକ୍ତି ମହିଳା ଓ ଶିଶୁ ବିକାଶ ମିଶନ ଶକ୍ତି ବିଭାଗ ସମ୍ପର୍କରେ ଆଲୋଚନା ରହିଛି ।

ଷୋଡ଼ଶ ବିଧାନସଭାର ଏହା ଶେଷ ଅଧିବେଶନ ହୋଇଥିବାରୁ, ଅପରାହ୍ନରେ ସମସ୍ତ ବିଧାୟକଙ୍କର ଏକ ଫଟୋ ସେସନ୍ କରାଯିବ।ଶୂନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଗୃହରେ ଶାସକ ଓ ବିରୋଧୀ ଉଠାଇବେ । ଏହାପରେ ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟ୍ ସମ୍ପର୍କରେ ଆଲୋଚନା ଆରମ୍ଭ ହେବ ।

ସୂଚନାଯୋଗ୍ୟ ଗତକାଲି ଅର୍ଥ ମନ୍ତ୍ରୀ ବିକ୍ରମ ଆରୁଖ କାମଚଳା ବଜେଟ ଉପସ୍ଥାପନ କରିଥିଲେ । ମୋଟ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ୍ ଆଗତ କରାଯାଇଛି । ଏହି ବଜେଟରେ ରାଜ୍ୟ ସରକାର ସବୁ ଶ୍ରେଣୀର ଲୋକଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି ।

odisha_assembly

ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ସରକାରର ପଞ୍ଚମ ପାଳିର ଏହା ଶେଷ ବଜେଟ୍ ହୋଇଥିବାବେଳେ ପଶ୍ଚିମଓଡ଼ିଶା ବିକାଶ ପରିଷଦ ପାଇଁ ବାର୍ଷିକ ଅନୁଦାନ ପରିମାଣକୁ ୫୦୦କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୨୪-୨୫ରେ ରାଜ୍ୟର ଋଣବୋଝ ପରିମାଣ ମୋଟ ଜିଡିପି ତୁଳନାରେ ୧୨.୪%ରୁ ବୃଦ୍ଧି ପାଇଁ ୧୩.୧% ହେବ ଅର୍ଥାତ୍ ୨୦୨୫ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ଋଣବୋଝ ୧ଲକ୍ଷ ୨୦ହଜାର ୮୯୬କୋଟି ଟଙ୍କା ଛୁଇଁବ ବୋଲି ସରକାରଙ୍କ ପକ୍ଷରୁ ଆକଳନ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+