Odisha Assembly: ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ
ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ୍ ୫ ଯାଏଁ ଚାଲିବାକୁ ଥିବା ବଜେଟ୍ ଅଧିବେଶନରେ ରହିଛି ୨୮ଟି କାର୍ଯ୍ୟଦିବସ । ମୋହନ ସରକାରଙ୍କ ଦ୍ୱିତୀୟ ବଜେଟ୍ ୧୭ ତାରିଖରେ ଆସିବ । ଚଳିତ ବଜେଟ୍ ୨ ଲକ୍ଷ ୮୦ ହଜାର କୋଟି ଛୁଇଁପାରେ ବୋଲି ଅନୁମାନ କରାଯାଉଛି ।
ଅଧିବେଶନ ଆରମ୍ଭରୁ ରାଜ୍ୟପାଳ ଦିବଙ୍ଗତ ରାଜନେତା ଓ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଅଭିଭାଷଣ ଆରମ୍ଭ କରିଥିଲେ।

ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ। ଖଣିଜ ସଂପଦରେ ଭରପୂର ଓଡ଼ିଶା। ଐତିହ୍ୟ, କୀର୍ତ୍ତିରାଜିକୁ ନେଇ ପରିଚିତ ଓଡ଼ିଶା । ଗରିବ, ଯୁବ, ଅନ୍ନଦାତା, ନାରୀଶକ୍ତି ମୋ ସରକାରର ମୂଳମନ୍ତ୍ର ମୋ ସରକାର ଧାନର ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି କରିଛି।
ଓଡ଼ିଆ ଅସ୍ମିତା ବିକାଶ ଦିଗରେ କାର୍ଯ୍ୟ କରୁଛି ମୋ ସରକାର। ଡିଜିପି ସମ୍ମିଳନୀ, ଉତ୍କର୍ଷ ଓଡ଼ିଶା, ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରିଛୁ। ମୋ ସରକାର ନୂଆ ଶିକ୍ଷାନୀତିକୁ ଲାଗୁ କରିଛନ୍ତି। ୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡ଼ିଶାର ପ୍ରମୁଖ ଭୂମିକା ରହିବ । ଦୁଗ୍ଧ ଚାଷୀଙ୍କ ପାଇଁ କାମଧେନୁ ଯୋଜନା ଆରମ୍ଭ ହୋଇଛି।
ବିଧାନସଭା ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍ ଫୋର୍ସ ସହ ୧୦୦ ଅଫିସରଙ୍କୁ ନିୟୋଜିତ କରାଯାଇଛି । ରୁଫଟପ୍ ସିକ୍ୟୁରିଟି ବ୍ୟବସ୍ଥା କରାଯାଇଥିବା ବେଳେ ଆନ୍ଦୋଳନକାରୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇ ସ୍ବତନ୍ତ୍ର ଫୋର୍ସ ମୁତୟନ କରାଯାଇଛି । ଧାରଣାସ୍ଥଳ ମହାତ୍ମା ଗାନ୍ଧୀ ମାର୍ଗକୁ ସିସିଟିଭି ନଜରରେ ରଖାଯାଇଛି।
କୌଣସି ଜରୁରିକାଳୀନ ପରିସ୍ଥିତି ପାଇଁ ସ୍ପେଶାଲ ଟାକ୍ଟିକାଲ ୟୁନିଟ୍, କୁଇକ୍ ରିଆକ୍ସନ୍ ଟିମ୍, ମୋବାଇଲ କୁଇକ୍ ରିଆକ୍ସନ୍ ଟିମ୍ ଏବଂ କମିଶନରେଟ୍ ପୋଲିସର କାଉଣ୍ଟର ଟେରରିଷ୍ଟ୍ ସ୍କ୍ବାଡ୍ (ସିଟିଏସ୍)କୁ ମଧ୍ୟ ସଜାଗ ରଖାଯାଇଛି। ବିଧାନସଭା ଭିତର, ପରିସର ଏବଂ ପିଏମ୍ଜି ଛକ ଆଦି ସମ୍ପୂର୍ଣ୍ଣ ସ୍ଥାନକୁ ସିଲ୍ କରାଯାଇଛି।
ଡଗ୍ ସ୍କ୍ବାଡ୍ ଓ ବମ୍ ସ୍କ୍ବାଡ୍ ମଧ୍ୟ ଯାଞ୍ଚ କରିବା ସହ ଜଗି ରହିଛନ୍ତି। ଗଣମାଧ୍ୟମକୁ ପୋଲିସ ଡିଜି ଖୁରାନିଆ କହିଛନ୍ତି, ଏହି ଅଧିବେଶନ ପାଇଁ ସବୁ ଦିଗକୁ ଦୃଷ୍ଟିରେ ରଖି ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସକୁ ଯାହା ଆବଶ୍ୟକ ଥିଲା ତାହା ପୋଲିସ ମୁଖ୍ୟାଳୟ ପକ୍ଷରୁ ଯୋଗାଇ ଦିଆଯାଇଛି ବୋଲି ଡିଜିପି କହିଛନ୍ତି।












Click it and Unblock the Notifications