୧୪୭ ବିଧାୟକଙ୍କ ଟେବୁଲ୍ରେ ଟ୍ୟାବ୍: ବିନା କାଗଜରେ ପ୍ରଶ୍ନୋତ୍ତର ପଢ଼ିବେ ବିଧାୟକ
ବିଧାନସଭାରେ ଏଣିକି ଆଉ କାଗଜ ନୁହେଁ ଲାଗିଲା ଟ୍ୟାବ। ପେପର ଧରି ନୁହେଁ ଏଥର ଟ୍ୟାବ୍ରେ ପଢ଼ିବେ ବିଧାୟକ । ୧୪୭ ବିଧାୟକଙ୍କ ଟେବଲ୍ରେ ଏହି ଟ୍ୟାବ୍ ଲାଗିଛି । ବିନା କାଗଜରେ ପ୍ରଶ୍ନୋତ୍ତର କିମ୍ବା ପ୍ରସ୍ତାବ ପଢ଼ିବେ ବିଧାୟକ।
ସୂଚନାଯୋଗ୍ୟ, ଗୁରୁବାର ଠାରୁ ବିଧାନସଭାର ବଜେଟ ଅଧିବେଶନ। ଏନେଇ ଆଜି ସର୍ବଦଳୀୟ ବୈଠକ ବସୁଛି । ବାଚସ୍ପତି ସୁରମା ପାଢୀଙ୍କ ଅଧକ୍ଷତାରେ ବୈଠକ ବସିବ। ଗୃହକୁ ସୁପରିଚାଳନା ନେଇ ଆଲୋଚନା କରିବେ ବାଚସ୍ପତି। ଏଥର ଦୁଇଟି ପର୍ୟ୍ୟାୟରେ ବଜେଟ ଅଧିବେଶନ ହେବ।
ବଜେଟ୍ ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଭବନରେ ପହଞ୍ଚି ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ସୌଜନ୍ୟମୂଳକ ଆଲୋଚନା ମଧ୍ୟ ହୋଇଛି ।
ବର୍ଷର ପ୍ରଥମ ଅଧିବେଶନ ହୋଇଥିବା କାରଣରୁ ଆସନ୍ତାକାଲି ରାଜ୍ୟପାଳଙ୍କ ସମ୍ବୋଧନରୁ ହିଁ ଗୃହକାର୍ଯ୍ୟ ଆରମ୍ଭ ହେବ । ଏହା ପୂର୍ବରୁ ଗାଣତାନ୍ତ୍ରିକ ପରମ୍ପରା ଅନୁସାରେ, ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ।

ଦୁଇ ପର୍ଯ୍ୟାୟରେ ବିଧାନସଭାର ବଜେଟ୍ ଅଧିବେଶନ
ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବା ବେଳେ ୧୭ ତାରିଖରେ ମୋହନ ସରକାର ୨୦୨୫-୨୬ ଆର୍ଥିକ ବର୍ଷର ଵଜେଟ୍ ଉପସ୍ଥାପିତ କରିବେ । ଦୁଇ ପର୍ଯ୍ୟାୟ ବିଶିଷ୍ଟ ଏହି ଅଧିବେଶନରେ ରାଜ୍ୟ ସରକାରଙ୍କୁ ଅକଳିରେ ପକାଇବା ପାଇଁ ସଜବାଜ ହେଉଛନ୍ତି ବିରୋଧୀ । ୧୩ ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଓ ମାର୍ଚ୍ଚ ୭ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ହେବ ।
ମାଳ ମାଳ ପ୍ରସଙ୍ଗକୁ ନେଇ ମୋହନ ସରକାରକୁ ଘେରିବେ ଉଭୟ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ । ତେବେ ରାଜ୍ୟ ସରକାର ମଧ୍ୟ ପଛ ଘୁଞ୍ଚା ଦେବେନାହିଁ । 8ମାସର ସରକାରର ସଫଳତା ସହ ବିରୋଧୀଙ୍କୁ ମୁଁହତୋଡ ଜବାବ ଦେବେ ସରକାର ବୋଲି କହିଛନ୍ତି ସରକାରୀ ଦଳର ବିଧାୟକ । ସେପଟେ ବିରୋଧୀଙ୍କୁ ବୁଝାଇ ଗୃହକୁ ସୁଚାରୁରୂପେ ପରିଚାଳନା କରିବାକୁ ଆସନ୍ତାକାଲି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ।












Click it and Unblock the Notifications