କନ୍ଦମୂଳ ଚାଷରେ ଓଡିଶା ପ୍ରଥମ, ବାଇଗଣରେ ଦ୍ବିତୀୟ: ବିଧାନସଭାରେ ଉତ୍ତର ରଖିଲେ କୃଷିମନ୍ତ୍ରୀ

କନ୍ଦମୂଳ ଉତ୍ପାଦନରେ ଓଡିଶା ଏକ ନମ୍ବର ସ୍ଥାନରେ ରହିଛି । ସେହିପରି ବାଇଗଣ ଓ ବନ୍ଧାକୋବିରେ ଦ୍ବିତୀୟ, ଭେଣ୍ଡି, ବିଲାତି ବାଇଗଣ ଓ ତରଭୁଜ ଉତ୍ପାଦନରେ ଓଡ଼ିଶା ପଞ୍ଚମ ସ୍ଥାନ ଅଧିକାର କରିଛି ବୋଲି ଉତ୍ତରରେ କହିଛନ୍ତି କୃଷିମନ୍ତ୍ରୀ ।

ଭୁବନେଶ୍ବର: ରାଜ୍ୟରେ ପନିପରିବା, ଫଳମୂଳର ଉତ୍ପାଦନ, ସଂରକ୍ଷଣ ଏବଂ ବଜାର ବ୍ୟବସ୍ଥାକୁ ନେଇ ଆଜି ଗୃହରେ ଆଲୋଚନା ହୋଇଛି । ୨୦୨୦-୨୧ରେ ଉଦ୍ୟାନ କୃଷିରେ ଉତ୍ପାଦନ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । କନ୍ଦମୂଳ ଉତ୍ପାଦନରେ ଓଡିଶା ଏକ ନମ୍ବର ସ୍ଥାନରେ ରହିଛି । ସେହିପରି ବାଇଗଣ ଓ ବନ୍ଧାକୋବିରେ ଦ୍ବିତୀୟ, ଭେଣ୍ଡି, ବିଲାତି ବାଇଗଣ ଓ ତରଭୁଜ ଉତ୍ପାଦନରେ ଓଡ଼ିଶା ପଞ୍ଚମ ସ୍ଥାନ ଅଧିକାର କରିଛି ବୋଲି ଉତ୍ତରରେ କହିଛନ୍ତି କୃଷିମନ୍ତ୍ରୀ ।

Odisha Assembly

ମନ୍ତ୍ରୀ କହିଛନ୍ତି, ଫଳ ଅଁଳା, ବେଲ, କଦଳୀ, ପଣସ, କଦଳୀ, ସପୁରୀ, ଡାଳିମ୍ବ, ସପେଟା ଆଦି ଫଳ ଲକ୍ଷେ ୫୪ ହଜାର ହେକ୍ଟରରେ ଚାଷ କରାଯାଇଥିବା ବେଳେ ୫୨୬.୭୦ ମେଟ୍ରିକ୍ ଟନ୍ ଅମଳ ଉତ୍ପାଦନ ହୋଇଛି । ସେହିଭଳି ଛତୁ, ଭେଣ୍ଡି, ମୂଳା, ଆଳୁ, ବିନସ, ବନ୍ଧାକୋବି ଭଳି ପନିପରିବା ୬୯୮.୬୨ ହେକ୍ଟରରେ ଚାଷ ହୋଇଥିବା ବେଳେ ୯୮୧୭.୨୧ ମେଟ୍ରିକ୍ ଟନ୍ ଉତ୍ପାଦନ ହୋଇଛି ।

ଚଳିତ ବର୍ଷ ଫୁଲ କୋବି ହେକ୍ଟର ପ୍ରତି ୧୫.୮୫ ମେଟ୍ରିକ୍ ଟନ୍ ଉତ୍ପାଦନ ହୋଇଛି ଏବଂ ବାଇଁଗଣ ୧୬.୮୫ ମେଟ୍ରିକ୍ ଟନ୍ ହେକ୍ଟର ପ୍ରତି ଉତ୍ପାଦନ ହେଉଛି । ରାଜ୍ୟ ସରକାର ଫଳ ଏବଂ ପନିପରିବା ଉତ୍ପାଦନ, ଜଳ ସେଚନ, ସଂରକ୍ଷଣ ଆଦି ଲାଗି ସାହାଯ୍ୟ ସହଯୋଗ ପ୍ରଦାନ କରାଯାଇଛି ।

ସେହିପରି ରାଜ୍ୟରେ ୩ କୋଟି ୬୪ ଲକ୍ଷ ଆମ୍ବ, କାଜୁ, କମଳା, ଲେମ୍ବୁ, ଲିଚୁ, ନଡ଼ିଆ, ପିଜୁଳି ଭଳି ଚାରା ଚାଷୀ ଏବଂ ବିଭିନ୍ନ ସଂଗଠନକୁ ବଣ୍ଟାଯାଇଛି । ଓଡିଶା କୃଷି ନିଗମ ଶିଳ୍ପ ଦ୍ବାରା ଖତ ସାର ଯୋଗାଇ ଦିଆଯାଉଛି । କୃଷକମାନେ ଫସଲର ସଠିକ ପରିଚାଳନା କଲେ ହେକ୍ଟର ପିଛା ପିଜୁଳି ୧୬୬ କ୍ୱିଣ୍ଟାଲ, ପଣସ ୩୧୨ କ୍ୱିଣ୍ଟାଲ ଓ ଆମ୍ବ ୧୨୦ କ୍ୱିଣ୍ଟାଲ ଉତ୍ପାଦନ ହୋଇ ପାରିବ । ଫଳ ଓ ପନିପରିବାର ମୂଲ୍ୟ ବିକ୍ରି ଓ ଦର ବଜାର ସ୍ଥିତି ଉପରେ ନିର୍ଭର କରେ ।

ବିଭିନ୍ନ ଅଞ୍ଚଳରେ ଶୀତଳ ଭଣ୍ଡାର ନେଇ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀଙ୍କ ଉତ୍ତରରେ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମୋଟ ୧୩୧ ଟି ଶୀତଳ ଭଣ୍ଡାର ରହିଛି । ସେଥି ମଧ୍ୟରୁ ବର୍ତ୍ତମାନ ୯୮ ଟି ଅଚଳ ହୋଇ ପଡିଥିବା ବେଳେ ମାତ୍ର ୩୩ ଟି ସଚଳ ରହିଛି । ରାଜ୍ୟ ସରକାର ଶୀତଳ ଭଣ୍ଡାର ଉପରେ ଗୁରୁତ୍ୱ ଦେଉଛନ୍ତି । ପୂର୍ବ ଭଳି ରାଜ୍ୟରେ ଆଉ ବଡ଼ ବଡ଼ ଶୀତଳ ଭଣ୍ଡାର କରାଯିବ ନାହିଁ । ବରଂ ଯେଉଁଠି ଅମଳ ହେଉଛି ସେହି ସ୍ଥାନରେ ଛୋଟ ଛୋଟ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ସରକାର ଯୋଜନା କରୁଛନ୍ତି । ଉଦ୍ୟାନ କୃଷି ଜରିଆରେ ରାଜ୍ୟର ଅମଳ ବୃଦ୍ଧି ପାଇଛି । ୨୦୧୫ ରୁ ୨୦୨୨ ମଧ୍ୟରେ ଫଳମୂଳ ଉତ୍ପାଦନ ୧୭ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପନି ପରିବା ଉତ୍ପାଦନ ୯.୪ ପ୍ରତିଶତ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+