ଗୃହରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫ ପାରିତ , ବିଧାନସଭାରେ ୬ଟା ୨୫ ମିନିଟ୍ରେ ପାରିତ ହେଲା ବିଲ୍
ଗୃହରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫ ପାରିତ । ବିଧାନସଭାରେ ୬ଟା ୨୫ ମିନିଟ୍ରେ ପାରିତ ହେଲା ବିଲ୍ ।
ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ୩ଟି କାର୍ଯ୍ୟଦିବସ ପୂର୍ବରୁ ଅଧିବେଶନ ଶେଷ ହୋଇଛି। ଗତ ବୁଧବାର ଅଧିବେଶନର ସବୁଠୁ ଲମ୍ବା ସମୟ ଥିଲା। ବୁଧବାର ସକାଳ ୧୦ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଗୁରୁବାର ସକାଳ ୭ଟା ୫ ମିନିଟ୍ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିଥିଲା। ଭୋର୍ ପ୍ରାୟ ୪ଟା ୩୫ ମିନିଟରେ ବିଧାନସଭାରେ ଓଡିଶା ବିଶ୍ଵ ବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ ହୋଇଛି। ଏହା ଉପରେ ଦୀର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ଚର୍ଚ୍ଚା ହୋଇଥିଲା। ବିଲ୍ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଘମାଘୋ ଟ ଆଲୋଚନା ହୋଇଥିଲା ।

ବିଧେୟକର ୧୮ଟି ସଂଶୋଧନ ପ୍ରସ୍ତାବରୁ ବିଜେଡି ୧୨ଟିକୁ ବିରୋଧ କରିଥିଲା। ଶେଷରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ଉତ୍ତର ପରେ ଶାସକ ଦଳର ସଂଖ୍ୟା ଆଧାରରେ ବିଲ୍ ଗୃହୀତ ହୋଇଛି। ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ୨୦୨୪ରେ ଯେଉଁ ବିଲ୍ ଅଣାଯାଇଛି ତାହା ୧୯୮୯ ବିଲକୁ ସଂଶୋଧନ କରାଯାଇଛି । ବିଲ୍ ର ବୈଧତା କଣ ଅଛି ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ଆଲୋଚନା ହେବ ।












Click it and Unblock the Notifications