ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ
ଭୁବନେଶ୍ୱର : ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରମିଳା ମଲ୍ଲିକ । ତେବେ ଏହି ସମୟର ବିଜେଡିର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ସମସ୍ତେ ପ୍ରମିଳାଙ୍କ ସହ ଆସିଥିଲେ । ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଭେଟିଥିଲେ ପ୍ରମିଳା ମଲ୍ଲିକ ।
ତେବେ ଓଡିଶା ବିଧାନସଭା ଦେଖିବ ପ୍ରଥମ ମହିଳା ବାଚସ୍ପତି । ଏହା ସମଗ୍ର ରାଜ୍ଯ ଏହା ଖୁସିର ବିଷୟ ବୋଲି ବିଜେଡି ନେତାମାନେ କହିଥିଲେ । ସ୍ୱାଧୀନତା ପରେ ଓଡ଼ିଶା ପ୍ରଥମ ମହିଳା ବାଚସ୍ପତିଙ୍କୁ ପାଇବାକୁ ଯାଉଛି । ଏହା ପୂର୍ବରୁ ରାଜ୍ୟରେ କେହି ମହିଳା ବାଚସ୍ପତି ହୋଇନାହାନ୍ତି ।
ପାର୍ଥିପତ୍ର ଦାଖଲ ପୂର୍ବରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ପ୍ରମିଳା ମଲ୍ଲିକ । ପ୍ରମିଳା ରାଜସ୍ୱ, ବିପର୍ଯ୍ୟୟ ପରିଚାଳନା ଓ ଅନ୍ୟାନ୍ୟ ବିଭାଗରେ ମନ୍ତ୍ରୀ ଥିଲେ ପ୍ରମିଳା । ତେବେ ପ୍ରଥମେ ମନ୍ତ୍ରୀ ପୂର୍ବରୁ ଇସ୍ତଫା ଦେବା ପରେ ସେ ନାମାଙ୍କନ ଭାରିଥିଲେ । ଆସନ୍ତାକାଲି ଭୋଟ ହେବ । ୨୨ ତାରିଖରେ ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ହେବ ।
ଏହା ପୂର୍ବରୁ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ନେଇ ଘୋଷଣା ହୋଇଥିଲା । କିନ୍ତୁ ପରେ ନୂଆଁଖାଇ ପାଇଁ ଗୋଟିଏ ଦିନ ଘୁଞ୍ଚାଯାଇଛି । ନୂଆ ନିଷ୍ପତି ଅନୁଯାୟୀ ୨୨ ତାରିଖ ସକାଳ ୯:୩୦ ମିନିଟରେ ବାଚସ୍ପତି ନିର୍ବାଚନ ହେବ ।

ବିଜେଡି ଗତକାଲି ପ୍ରମିଳା ମଲ୍ଲିକଙ୍କ ନାମ ଘୋଷଣା କରିଥିଲା । ଏହା ପୂର୍ବରୁ କିଏ ହେବେ ନୂଆ ବାଚସ୍ପତି, ସେ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା । ଏପରିକି ଏଥର ବିଜେଡ଼ି ମହିଳା ବାଚସ୍ପତି ପ୍ରାର୍ଥୀ ଦେବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା ।
ଏହା ସହଗ ବାଚସ୍ପତି ଦୌଡ଼ରେ ବରିଷ୍ଠ ନେତା ପ୍ରଫୁଲ ସାମଲ, ଦେବୀ ମିଶ୍ର, ଅମର ଶତପଥୀ ଓ ନୃସିଂହ ସାହୁ ଥିଲେ । ତେବେ ୨୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତି ନିର୍ବାଚନ ହେବ ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications