ବିଦେଶ ଯିବେ ଓଡ଼ିଶା ବିଧାନସଭାର ବାଚସ୍ପତି, ଜାଣନ୍ତୁ କାହିଁକି?
ବାଚସ୍ପତି ସୁରମା ପାଢ଼ୀ ୬୮ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀ ଓ ନବମ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗଦେବା ପାଇଁ ଚଳିତ ମାସ ୫ରୁ ୧୯ ପର୍ଯ୍ୟନ୍ତ ବିଦେଶ ଗସ୍ତରେ ଯିବେ। ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘରେ ୫୬ଟି ଦେଶ ସଭ୍ୟ ଭାବେ ରହିଥିବାବେଳେ ଭାରତ ଏହା ମଧ୍ୟରୁ ଅନ୍ୟତମ ସର୍ବବୃହତ୍ତମ ରାଷ୍ଟ୍ର। ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କ ନେତୃତ୍ୱରେ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ, ପାର୍ଲାମେଣ୍ଟ ସଦସ୍ୟ, ୨୨ଟି ରାଜ୍ୟର ବାଚସ୍ପତି, ଉପବାଚସ୍ପତି ଓ ସଚିବ ଏହି ସମ୍ମିଳନୀରେ ଯୋଗଦେଉଛନ୍ତି। ଚଳିତ ମାସ ୫ ତାରିଖ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରି ଲଣ୍ଡନ ଦେଇ ୬ ତାରିଖ ବାର୍ବାଡୋସ୍ରେ ପହଞ୍ଚିବେ। ୬ ରୁ ୧୧ ତାରିଖ ପର୍ଯ୍ୟନ୍ତ ବାର୍ବାଡୋସ୍ର ରାଜଧାନୀ ବ୍ରିଜ୍ଟାଉନ୍ଠାରେ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀ ଓ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସେ ନିଜର ବକ୍ତବ୍ୟ ରଖିବେ।













Click it and Unblock the Notifications