Odisha Assembly: ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୁରମା ପାଢ଼ୀ

ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୁରମା ପାଢ଼ୀ। ଗୃହ କାର୍ଯ୍ୟ ସ୍ବାଭାବିକ କରିବାକୁ ସର୍ବଦଳୀୟ ବୈଠକ ଡାକିଲେ । କଂଗ୍ରେସକୁ ଛାଡ଼ି ଅନ୍ୟ ସମସ୍ତ ଦଳର ସଦସ୍ୟଙ୍କୁ ଡାକିଲେ। ଗୃହକୁ ୩୦ ମିନିଟ୍‌ ପାଇଁ ମୁଲତବି କରି ସର୍ବଦଳୀୟ ବୈଠକ ଡାକିଲେ ।

Odisha Assembly Speaker Surma Padhi

ବିଧାନସଭାରୁ ଆସିଛି ବଡ଼ ଖବର। ଗୃହରୁ ନିଲମ୍ବିତ ହୋଇଛନ୍ତି କଂଗ୍ରେସର ସବୁ ବିଧାୟକ। ମଙ୍ଗଳବାର କଂଗ୍ରେସର ୧୨ଜଣ ବିଧାୟକ ନିଲମ୍ବିତ ହୋଇଥିବାବେଳେ ଆଜି ଆଉ ୨ଜଣ ସସପେଣ୍ଡ ହୋଇଛନ୍ତି।

କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ରମେଶ ଜେନା ସସପେଣ୍ଡ ହୋଇଛନ୍ତି। ଗୃହରୁ ୭ ଦିନ ପାଇଁ ସସ୍ପେଣ୍ଡ କରିଛନ୍ତି ବାଚସ୍ପତି। ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟ ବିଧାୟକ ସସ୍ପେଣ୍ଡ। ବାଚସ୍ପତିଙ୍କ ତାଗିଦ ସତ୍ତ୍ବେ ଉଭୟ ବିଧାୟକ ଗୃହରେ ଘଣ୍ଟ ପିଟିଥିଲେ। ଗତକାଲି କଂଗ୍ରେସର ୧୨ ବିଧାୟକ ଓ ଆଜି ୨ ବିଧାୟକ ସସ୍ପେଣ୍ଡ ହୋଇଛନ୍ତି। ବର୍ତ୍ତମାନ ବିଧାନସଭାରୁ କଂଗ୍ରେସର ସମସ୍ତ ୧୪ ବିଧାୟକ ନିଲମ୍ବିତ ହୋଇଛନ୍ତି।

ତେବେ ସସପେଣ୍ଡ ପରେ ବିଧାନସଭା ବାହାରେ ଗର୍ଜିଛନ୍ତି ତାରା। ସେ କହିଛନ୍ତି, ଏ ରାଜ୍ୟରେ ନ୍ୟାୟ ବୋଲି କିଛି ନାହିଁ । ବିଧାନସଭା ଗେଟରେ ୩ ଟା ତାଲା ପକାଇଛନ୍ତି । ସରକାରଙ୍କ ବାପାଙ୍କ ଚାକର ଭଳି ବ୍ୟବହାର କରୁଛନ୍ତି। ଆମ ଆଦମୀର ସରକାର ନୁହେଁ ବିଧାୟକଙ୍କୁ ମାଡ ମାରୁଛନ୍ତି। ଏ ରାଜ୍ୟରେ ନ୍ୟାୟ ବୋଲି କିଛିନାହିଁ। ବିଧାୟକମାନେ ବିଧାନସଭାକୁ ଯିବା ଉଚିତ। ହେଲେ ବିଧାୟକଙ୍କୁ ଭିତରକୁ ନ ଛାଡି ଏମାନେ ଅନ୍ୟାୟ କରୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+