କଂଗ୍ରେସର ଅନାସ୍ଥା ନୋଟିସ୍ ଅଗ୍ରାହ୍ୟ କଲେ ବାଚସ୍ପତି; ଗୃହରେ ଅଚଳାବସ୍ଥା ଯୋଗୁ ସରିଛି ଅବଧି
କଂଗ୍ରେସର ଅନାସ୍ଥା ନୋଟିସ୍ ଅଗ୍ରାହ୍ୟ କଲେ ବାଚସ୍ପତି । ଗୃହରେ ଅଚଳାବସ୍ଥା ଯୋଗୁ ଅବଧି ସରିଛି ଜଣାଇଲେ। ଅନାସ୍ଥା ନୋଟିସ୍ ଆସିବାର ପରଦିନ ଗୃହକୁ ଆଣିବାକୁ ନିର୍ଦ୍ଦେଶ ଦେଇଥିଲି। ମାତ୍ର ଗୃହ ସ୍ବାଭାବିକ ନ ଥିବାରୁ ଗୃହକୁ ଆସି ପାରି ନଥିଲା ।

ଯାହାପରେ ସୋମବାର ୪ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବାପରେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଛନ୍ତି କଂଗ୍ରେସ ବିଧାୟକ । ଏହାସହ କଂଗ୍ରେସ ଅଭିଯୋଗ କରିଛି ଯେ, ବିଧାନସଭାରେ ଏହି ଏକ ଷଡଯନ୍ତ୍ର ।
ଜାଣିରଖିବା ଉଚିତ୍ ଯେ, ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା କଂଗ୍ରେସ । ଏନେଇ ବାଚସ୍ପତିଙ୍କୁ ଚିଠି ମଧ୍ୟ ଦେଇଥିଲେ କଂଗ୍ରେସ ନେତା । ଚର୍ଚ୍ଚା ହେଉଥିଲା ଏହି ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିବେ ତ? କାହିଁକି ନା ଲଗାତାର ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳୁଥିଲା । ବିଭିନ୍ନ ପ୍ରସଙ୍ଗ ନେଇ ବିଜେଡି ଗୃହରେ ହୋ ହଲ୍ଲା କରିବା ସହ ବାରମ୍ବାର ଗୃହ ମୁଲତବି ହେଉଥିଲା । ତେଣୁ ଚର୍ଚ୍ଚା ହେଉଥିଲା ବାଚସ୍ପତି କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିନପାରନ୍ତି । ଆଉ ସତକୁ ସତ ବାଚସ୍ପତି କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିନାହାଁନ୍ତି ।












Click it and Unblock the Notifications