ଆଜି ବାଚସ୍ପତି ନିର୍ବାଚନ; ନାମାଙ୍କନ ଭରିଛନ୍ତି ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ
ଆଜି ବାଚସ୍ପତି ନିର୍ବାଚନ । ରାଜ୍ୟ ବିଧାନସଭାରେ ବିଜେପି ବିଧାୟକ ଦଳ ବୈଠକ ଶେଷ ହୋଇଛି । ଏହି ବୈଠକରେ ବିଧାନସଭା ବାଚସ୍ପତି ଭାବେ ରଣପୁର ବିଧାୟିକା ସୁରମା ପାଢ଼ୀଙ୍କୁ ବାଚସ୍ପତି ପାଇଁ ମନୋନୀତ କରାଯାଇଛି । ମନୋନୀତ ହେବାପରେ ସୁରମା ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ।
ସୁରମା ଭାଜପାର ଜଣେ ବରିଷ୍ଠ ଏବଂ ଅଭିଜ୍ଞ ନେତ୍ରୀ ଭାବେ ଜଣାଶୁଣା । ସେ ପୂର୍ବରୁ ମଧ୍ୟ ବିଜେଡି-ଭାଜପା ମେଣ୍ଟ ସରକାର ସମୟରେ ନିର୍ବାଚିତ ହୋଇ ମନ୍ତ୍ରୀ ରହିସାରିଛନ୍ତି। ତେଣୁ ସେହି ଦୃଷ୍ଟିରୁ ଦଳ ଜଣେ ମହିଳା ଏବଂ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କ ଉପରେ ଭରସା କରିଛି ।
ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଭାଜପା ପ୍ରାର୍ଥୀ ହିଁ ବାଚସ୍ପତି ପାଇଁ ନିର୍ବାଚିତ ହେବେ। କାରଣ ୧୪୭ ବିଧାନସଭା ଆସନ ମଧ୍ୟରୁ ଭାଜପାକୁ ୭୮, ବିଜେଡିକୁ ୫୧, କଂଗ୍ରେସକୁ ୧୪, ଗୋଟିଏ ସିପିଆଇ(ଏମ) ଏବଂ ୩ଟି ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଭାଜପାରୁ ଅସନ୍ତୁଷ୍ଟ ହୋଇ ସ୍ବାଧୀନ ପ୍ରାର୍ଥୀ ଭାବେ ଧର୍ମଶାଳାରୁ ହିମାଂଶୁ ଶେଖର ସାହୁ, ବଡ଼ମ୍ବାରୁ ବିଜୟ ଦଳବେହେରା ଏବଂ ମାହାଙ୍ଗାରୁ ସାରଦା ପ୍ରଧାନ ବିଜୟୀ ହୋଇଛନ୍ତି। ତେବେ ଏହି ୩ ବିଧାୟକ ଭାଜପା ସପକ୍ଷରେ ଅଛନ୍ତି। ତେଣୁ ବାଚସ୍ପତି ନିର୍ବାଚନ ହେଲେ ଶାସକ ଦଳ ସପକ୍ଷରେ ୮୧ ଖଣ୍ଡ ଭୋଟ ପଡ଼ିବା ସମ୍ଭାବନା ରହିଛି । ସେହିପରି କଂଗ୍ରେସ,ବିଜେଡି ଏବଂ ସିପିଆଇ(ଏମ)ର ସଦସ୍ୟଙ୍କୁ ମିଶାଇଲେ ବିରୋଧୀ ଦଳ ସପକ୍ଷରେ ମୋଟ ୬୬ ଖଣ୍ଡ ଭୋଟ ପଡ଼ିବ। ତେଣୁ ବିରୋଧୀମାନେ ଏକାଠି ହୋଇ ବାଚସ୍ପତି ପଦ ଲାଗି କାହାକୁ ପ୍ରାର୍ଥୀ ନ ଦେବା ଯଥେଷ୍ଟ ସମ୍ଭାବନା ରହିଛି ।
ପ୍ରଥମେ ବିଧାୟକ ଭାବେ ଶପଥ ନେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ କେଭି ସିଂହଦେଓ । ବିଧାୟକମାନଙ୍କୁ ଶପଥ ପାଠ କରାଉଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ବିଜେପି ସୁରମାଙ୍କୁ ବାଚସ୍ପତି ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ନିର୍ଦ୍ଧାରିତ ସମୟ ଦିନ ୧୨ଟା ପରେ ଅନ୍ୟ କେହି ପ୍ରତିଦ୍ୱନ୍ଦୀ ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିନାହାଁନ୍ତି । ତେଣୁ କେହି ପ୍ରତିଦ୍ୱନ୍ଦୀ ନଥିବାରୁ ସୁରମା ପାଢ଼ୀ ଏକ ପ୍ରକାର ବାଚସ୍ପତି ହେବା ସୁନିଶ୍ଚିତ କେବଳ ଘୋଷଣା ହେବା ବାକି ରହିଛି ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications