ପୂରଣ ହେବ ବାଚସ୍ପତି ପଦ: ୧୮ରେ ନାମାଙ୍କନ ଦାଖଲ, ୨୧ରେ ବାଚସ୍ପତି ନିର୍ବାଚନ

୨୧ରେ ବାଚସ୍ପତି ନିର୍ବାଚନ । ଆସନ୍ତା ୨୧ ତାରିଖରେ ବିଧାନସଭା ବାଚସ୍ପତି ନିର୍ବାଚନ ହେବ । ୧୮ରେ ନାମାଙ୍କନ ଦାଖଲ କରାଯିବ । ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ବାଚସ୍ପତି ପଦ । ତେବେ ଏହି ପଦବୀ ଖୁବ୍ ଶୀଘ୍ର ପୂରଣ ହେବ ।

ପ୍ରାୟ ୪ ମାସ ପରେ ପୂରଣ ହେବ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀ । ବାଚସ୍ପତି ନିର୍ବାଚନ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମୌସୁମୀ ଅଧିବେଶନ ଥିବାରୁ ବାଚସ୍ପତି ପଦ ପୂରଣ ହେବା ଜରୁରୀ ହୋଇପଡ଼ିଛି ।

ପ୍ରାର୍ଥୀପତ୍ର ଦାଖଲ ପରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ । ତେବେ ଶାସକ ଦଳ ପକ୍ଷରୁ କାହାକୁ ବାଚସ୍ପତି ପ୍ରାର୍ଥୀ କରାଯିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପଟେ ସଂଖ୍ୟା ଦୃଷ୍ଟିରୁ ବାଚସ୍ପତି ପଦ ଶାସକ ଦଳ ସପକ୍ଷରେ ଯାଉଥିବାରୁ ବିରୋଧୀ ଏହି ପଦ ପାଇଁ ପ୍ରାର୍ଥୀ ଦେଇନପାରନ୍ତି । ଶାସକ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଏବେ ବି ସସପେନ୍ସରେ ରହିଛି ।

ମେ ୧୨ ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଅର୍ଥମନ୍ତ୍ରୀ ହୋଇଥିଲେ ବିକ୍ରମ ଆରୁଖ । ହେଲେ ସେବେଠୁ ବାଚସ୍ପତି ପଦ ଖାଲି ପଡ଼ିଛି ଯେ ପଡ଼ିଛି ।

assembly

ସେବେଠୁ ଉପ ବାଚସ୍ପତି ରଜନିକାନ୍ତ ସିଂ ଆକ୍ଟିଂ ବାଚସ୍ପତି ଦାୟିତ୍ୱ ନିର୍ବାହ କରୁଥିଲେ । ଲୋକତାନ୍ତ୍ରିକ ଶାସନ ବ୍ୟବସ୍ଥାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପଦବୀଟି ଏତେ ଦିନ ଧରି ଖାଲି ପଡ଼ିବାକୁ ନେଇ ବଢ଼ୁଥିଲା ଅସନ୍ତୋଷ । ତେବେ ପୂରଣ ହେବ ଏହି ପଦବୀ ।

ବାଚସ୍ପତି ପଦ ପାଇଁ ଶଶିଭୂଷଣ ବେହେରା, ଦେବୀପ୍ରସାଦ ମିଶ୍ର ଓ ଅମର ଶତପଥୀଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ କିଏ ହେବ ସ୍ପଷ୍ଟ ହୋଇନାହିଁ ।

ତେବେ ଜଣେ ମହିଳାଙ୍କ ରାଜ୍ୟର ପରବର୍ତ୍ତୀ ବାଚସ୍ପତି ହେବା ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଏବେ ଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିଛି । ବାଚସ୍ପତି ପଦରୁ ବିକ୍ରମ ଆରୁଖଙ୍କ ଇସ୍ତଫା ଦେବା ପରଠାରୁ ଖାଲି ପଡିଛି ଏହି ପଦ । ତେବେ ଖୁବ୍ ଶୀଘ୍ର ଏହି ପଦ ପୂରଣ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+