ଜୁନ ୧୩ରେ ବାଚସ୍ପତି ନିର୍ବାଚନ: କିଏ ହେବ ବାଚସ୍ପଚି ?
ଖାଲି ପଡିଛି ବିଧାନସଭା ବାଚସ୍ପତି ସିଟ୍ । ଏଥିପାଇଁ ଆସନ୍ତା ଜୁନ ୧୩ ରେ ହେବ ନିର୍ବାଚନ । ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରାଯିବ ।
ଭୁବନେଶ୍ୱର: ଖାଲି ପଡିଛି ବିଧାନସଭା ବାଚସ୍ପତି ସିଟ୍ । ଏଥିପାଇଁ ଆସନ୍ତା ଜୁନ ୧୩ ରେ ହେବ ନିର୍ବାଚନ । ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରାଯିବ । ବାଚସ୍ପତି ନିର୍ବାଚନ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଶାସକ ଦଳ ପକ୍ଷରୁ କାହାକୁ ବାଚସ୍ପତି ପ୍ରାର୍ଥୀ କରାଯିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପଟେ ସଂଖ୍ୟା ଦୃଷ୍ଟିରୁ ବାଚସ୍ପତି ପଦ ଶାସକ ଦଳ ସପକ୍ଷରେ ଯାଉଥିବାରୁ ବିରୋଧୀ ଏହି ପଦ ପାଇଁ ପ୍ରାର୍ଥୀ ଦେଇ ନପାରନ୍ତି । ତେବେ
ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ବାଚସ୍ପତି ଭାବେ ନାମାଙ୍କନ ପତ୍ର ଦାଖଲ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି ।
ସୂଚନାଯୋଗ୍ୟ ଯେ, ଚଳିତଥର ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ସହ ବାଚସ୍ପତି ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ ସୂର୍ଯ୍ୟନାରାୟଣ ପାତ୍ର । ଶାରୀରିକ ଅସୁସ୍ଥତା କାରଣରୁ ସୂର୍ଯ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିଲେ ଉପବାଚସ୍ପତି । ୨୦୧୯ ଜୁନ୍ ପହିଲାରୁ ବାଚସ୍ପତି ଥିଲେ ସୂର୍ଯ୍ୟ ନାରାୟଣ ପାତ୍ର ।












Click it and Unblock the Notifications