ବାଚସ୍ପତି ନିର୍ବାଚନ ପାଇଁ ଆଜି ନାମାଙ୍କନ, କାଲି ଭୋଟିଂ

ବାଚସ୍ପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ ହେବ । ସେହିପରି ଆସନ୍ତାକାଲି ଭୋଟିଂ ହେବ । ବାଚସ୍ପତି ପଦବୀ ପାଇଁ ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ଆଜି ନାମାଙ୍କନ ଦାଖଲ କରିବେ । ତାଙ୍କ ବିରୋଧରେ ଆଉ କେହି ପ୍ରାର୍ଥୀ ହେବାର ସମ୍ଭାବନା ନାହିଁ । ତେଣୁ ସେ ନିନ୍ଦ୍ୱନ୍ଦ୍ୱରେ ବାଚସ୍ପତି ହେବା ଏକ ପ୍ରକାରର ସୁନିଶ୍ଚିତ ।

ଏହା ପୂର୍ବରୁ କିଏ ହେବେ ନୂଆ ବାଚସ୍ପତି, ସେ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା । ଏପରିକି ଏଥର ବିଜେଡ଼ି ମହିଳା ବାଚସ୍ପତି ପ୍ରାର୍ଥୀ ଦେବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ବରିଷ୍ଠ ନେତା ପ୍ରଫୁଲ ସାମଲ, ଦେବୀ ମିଶ୍ର, ଅମର ଶତପଥୀ ଓ ନୃସିଂହ ସାହୁ ବି ବାଚସ୍ପତି ଦୌଡ଼ରେ ଥିଲେ । ତେବେ ଏସବୁ ଭିତରେ ପ୍ରମିଳା ମଲ୍ଲିକ ବିଜେଡ଼ିର ବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି ।

ବିଞ୍ଝାରପୁର ଆସନରୁ ୧୯୯୦ରୁ ଏଯାବତ୍‌ ୬ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି ପ୍ରମିଳା । ପ୍ରଥମ ଥର ଜନତା ଦଳ ଟିକଟରେ ସେ ଜିତିଥିଲେ । ୨୦୦୦ରୁ ସେ ବିଜେଡି ଟିକଟରେ ଜିତି ଆସୁଛନ୍ତି । ସେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି । ସେ ନିନ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ହେବାର ସୌଭାଗ୍ୟ ପାଇବେ ।

speaker_election

ତେବେ ୨୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତି ନିର୍ବାଚନ ହେବ । ଏହା ପୂର୍ବରୁ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ନେଇ ଘୋଷଣା ହୋଇଥିଲା । କିନ୍ତୁ ପରେ ନୂଆଁଖାଇ ପାଇଁ ଗୋଟିଏ ଦିନ ଘୁଞ୍ଚାଯାଇଛି । ନୂଆ ନିଷ୍ପତି ଅନୁଯାୟୀ ୨୨ ତାରିଖ ସକାଳ ୯:୩୦ ମିନିଟରେ ବାଚସ୍ପତି ନିର୍ବାଚନ ହେବ । ସେପଟେ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିବା ବେଳେ ବିଜେଡି ବି ମହିଳା କାର୍ଡ ଖେଳିଛି ।

ସୂଚନା ଯୋଗ୍ୟ, ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠାରୁ ବିଧାନସଭା ବାଚସ୍ପତି ପଦ ଖାଲି ପଡ଼ିଛି । ମେ ୧୨ ତାରିଖରେ ହଠାତ୍ ବ୍ୟକ୍ତିଗତ କାରଣ ଦର୍ଶାଇ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ଆରୁଖ । ଏହା ପରେ ଅର୍ଥମନ୍ତ୍ରୀ ହୋଇଥିଲେ ବିକ୍ରମ ଆରୁଖ । ହେଲେ ସେବେଠୁ ବାଚସ୍ପତି ପଦ ଖାଲି ପଡ଼ିଛି । ସେବେଠୁ ଉପ ବାଚସ୍ପତି ରଜନିକାନ୍ତ ସିଂ ଆକ୍ଟିଂ ବାଚସ୍ପତି ଦାୟିତ୍ୱ ନିର୍ବାହ କରିଆସୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+