Odisha Assembly: ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି
ପୁଣି ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି । ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି ।
ସପ୍ତଦଶ ବିଧାନସଭାର ୩ୟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ଏପ୍ରିଲ ୫ ପର୍ଯ୍ୟନ୍ତ ସପ୍ତଦଶ ଅଧିବେଶନ ଚାଲିବାକୁ ରହିଛି । ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗ ନେଇ ଶାସକ ଦଳକୁ ଟାର୍ଗେଟ କରିବା ଲାଗି ବିରୋଧୀ ସଜବାଜ ହୋଇଛନ୍ତି ।
ବିଜୁବାବୁଙ୍କ ଜୟନ୍ତୀରେ ପାଳନ ହୋଇଆସୁଥିବା ପଞ୍ଚାୟତିରାଜ ଦିବସକୁ ଏପ୍ରିଲ ୨୪ ତାରିଖକୁ ରାଜ୍ୟ ସରକାର ପରିବର୍ତ୍ତନ ବିଷୟ ନେଇ ବିଜେଡି ଗୃହରେ ହୋହଲ୍ଲା କରିଛି । ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ଗୃହରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯାଇଥିବା କଥା ଦଳ ଉଠାଇବ।

୮ ମାସରେ ୧୬୦୦ ମହିଳା ନିର୍ଯାତନାର ଶିକାର ହେବା, ନାବାଳିକାମାନେ ଗର୍ଭବତୀ ହେବା ସୁଭଦ୍ରାମାନଙ୍କ ପ୍ରତି ଅପମାନ ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗ ଗୃହରେ ଉଠାଇ ଶାସକ ଦଳକୁ କଂଗ୍ରେସ ଘେରିବ ବୋଲି କାଡାମ କହିଛନ୍ତି। ଅନ୍ୟପଟେ ଭାଜପା ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦିଆଯିବ ବୋଲି ଯୁକ୍ତି ରଖିଛି।
ଫେବୃଆରୀ ୧୩ରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ଅଧିବେଶନ ୨୧ ତାରିଖରୁ ମୁଲତବୀ ରହିଥିଲା। ଏହି ଅଧିବେଶନ କାଳରେ ରାଜ୍ୟପାଳ ଅଭିଭାଷଣ ଏବଂ ଏହା ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇଛି। ପରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି। ଏହାସହ ୨ ଦିନ ଧରି ବଜେଟ ଉପରେ ସାଧାରଣ ଆଲୋଚନା କରାଯାଇଛି। ଏହା ଭିତରେ ଗୋଟିଏ ଆଇନକୁ ଗୃହରେ ଉଚ୍ଛେଦ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଥିଲା। ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ମାର୍ଚ୍ଚ ୭ରୁ ଏପ୍ରଲ ୫ ପର୍ଯ୍ୟନ୍ତ ଚାଲିବାକୁ ସ୍ଥିର ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ସମୟରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଆଲୋଚନା ହେବା ସଙ୍ଗେ ସଙ୍ଗେ ବଜେଟକୁ ଅନୁମୋଦନ ମିଳିବା କାର୍ଯ୍ୟକ୍ରମ ରହିଛି।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, କହିଲେ ମିଛ ଡ୍ରାମା କରୁଛନ୍ତି ବିରୋଧୀ












Click it and Unblock the Notifications