Odisha Assembly: ୧୨ଟା ୯ ମିନିଟ୍ ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି
ହଙ୍ଗାମା ଯୋଗୁଁ ଚାଲିପାରିଲାନି, ଗୃହକୁ ମୁଲତବି ଘୋଷଣା। ବାଚସ୍ପତିଙ୍କ ପୋଡିୟମ ତଳେ ବିଜେଡି ଓ କଂଗ୍ରେସର ହଙ୍ଗାମା। ୧୨ଟା ୯ ମିନିଟ୍ ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି।

ଦୁଇ ଦିନର ବିରତି ପରେ ପୁଣି ସରଗରମ ହୋଇଛି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଆଜି ସ୍ଵରାଷ୍ଟ୍ର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଇଲେକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତିବିଦ୍ୟା, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି। ସେହିପରି ଆଜିଠାରୁ ଗୃହରେ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ ।
ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ବିଭାଗର ଖର୍ଚ ଦାବି ଆଲୋଚନା ରହିଛି। ଶୂନ୍ୟକାଳରେ ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ରାଜ୍ୟ ସଂଗୀତ ପ୍ରତି ଅପପାନ ଓ ଓଡିଶା କହିଲେ କଟକ, ପୁରୀ ଓ ବାଲେଶ୍ଵର ବୟାନ ପ୍ରସଙ୍ଗ, ନାରୀ ନିର୍ଯାତନା, ବିଜୁ ପଟ୍ଟନାୟକଙ୍କ ପ୍ରତି ରାଜ୍ୟ ସରକାରଙ୍କ ହୀନ ରାଜନୀତି ଆଦି ପ୍ରସଙ୍ଗ ଗୃହରେ ଉଠାଇ ବିରୋଧୀ ଶାସକ ଦଳକୁ ଘେରିବେ। ସେପଟେ ବିରୋଧୀଙ୍କ ପକ୍ଷରୁ ବି ମୁଲତବୀ ପ୍ରସ୍ତାବ ଆସିବ। ଦୁଇଦିନିଆ ଛୁଟି ପରେ ବିଧାନସଭା ବସୁଥିବାରୁ ଗୃହ ବେଶ ଉଷ୍ମ ହୋଇପାରେ।












Click it and Unblock the Notifications